୪ଟି ରଙ୍ଗ, ଇଟାଲିକ୍ ଫଣ୍ଟ ଷ୍ଟାଇଲ!ଆସିପାରେ ବିରୋଧୀ ମେଣ୍ଟ ଇଣ୍ଡିଆର ଲୋଗୋ, ମୁମ୍ବାଇ ବୈଠକରେ ହୋଇପାରେ ଅନାବରଣ ।

164

କନକ ବ୍ୟୁରୋ : ବିରୋଧୀ ଗଠବନ୍ଧନ ଇଣ୍ଡିଆର ଆଗାମୀ ବୈଠକ ମୁମ୍ବାଇରେ ହେବାକୁ ଯାଉଛି । ୩୧ ଅଗଷ୍ଟ ଓ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ନୂଆ ଲୋଗୋ ରିଲିଜ କରାଯାଇପାରେ । ନୂଆ ଲୋଗୋ ନେଇ ବିରୋଧୀ ମେଣ୍ଟ ମଧ୍ୟରେ ଥିବା ଦଳ ଗୁଡିକ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଏହି ଲୋଗୋ କିଭଳି ଦିଶିବ, ଏହାର ଷ୍ଟାଇଲ କଣ ରହିବ ଓ କେଉଁ ରଙ୍ଗ ରହିବ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ନୂଆ ଲୋଗୋକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କିଛି ସଂକେତ ମିଳିଛି ।

ମିଳିଥିବା ସୂଚନା ମୁତାବକ, ନୂଆ ଲୋଗୋରେ ତ୍ରିରଙ୍ଗାରେ ଥିବା ପ୍ରତିଟି ରଙ୍ଗ ରହିବ । ଏହି ଲୋଗୋଟି ଇଟାଲିକ୍ ଫଣ୍ଟ ଷ୍ଟାଇଲରେ ରହିବ । ୯ଟି ନୂଆ ଲୋଗୋ ଭିତରୁ ଏହି ଷ୍ଟାଇଲର ଲୋଗୋ ଅଧିକାଂଶ ଦଳକୁ ପସନ୍ଦ ଆସିଛି । ମୁମ୍ବାଇରେ ହେବାକୁ ଥିବା ବୈଠକରେ ଏହି ଲୋଗୋକୁ ସବୁ ଦଳକୁ ଦେଖାଯିବ । ଲୋଗୋକୁ ନେଇ କୌଣସି ଆପତ୍ତି ଥିଲେ ସଙ୍ଗେ ସଙ୍ଗେ ସେ ବାବଦରେ ପଦକ୍ଷେପ ନିଆଯିବ । ତେବେ ମୁମ୍ବାଇ ବୈଠକର ପ୍ରଥମରୁ ହିଁ ଏହି ଲୋଗୋକୁ ନେଇ ଶେଷ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ୩୧ ତାରିଖରେ ମୁମ୍ବାଇ ବୈଠକରେ ଏହି ଲୋଗୋର ଅନାବରଣ କରାଯାଇପାରେ ।