କନକ ବ୍ୟୁରୋ : ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଆଜି ଖୋଲାଯାଇଛି । ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ସେଠାରେ କିଛି ସମୟ ଅତିବାହିତ କରି ସଦସ୍ୟମାନେ ବାହାରିବା ପରେ ଯାହା କହିଛନ୍ତି, ସେ ମୁତାବକ ପୁରୀ ଜିଲ୍ଲାପାଳ ଦେଇଥିବା ଚାବିଗୁଡିକରେ ରତ୍ନଭଣ୍ଡାରର କୌଣସି ତାଲା ଖୋଲି ନଥିଲା । ତେଣୁ ପୁରୁଣା ତାଲାଗୁଡିକୁ କାଟି ସଦସ୍ୟମାନେ ଭିତରକୁ ପ୍ରବେଶ କରିଥିଲେ । ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଉପସ୍ଥିତିରେ ଚାଙ୍ଗଡା ଘରକୁ ସ୍ଥାନାନ୍ତର କରାଯାଇଛି । ଏହାପରେ ଭିତର ରତ୍ନଭଣ୍ଡାରର ତାଲା କାଟି ତା ମଧ୍ୟକୁ ପ୍ରବେଶ କରିଥିଲେ ମଧ୍ୟ ସମୟ ଅଭାବରୁ ସେଠାରେ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଭିତର ଓ ବାହାର ରତ୍ନଭଣ୍ଡାର ଭିତରେ ନୂଆ ତାଲା ପକାଯାଇଥିବା କଥା ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ କହିଛନ୍ତି । ଏହାସହ ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଭିତର ରତ୍ନଭଣ୍ଡାର ଖୋଲି ସେଠାରେ ଥିବା ସାମଗ୍ରୀକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

Advertisment