ଖୋଲୁଛି କୁବେର ବାବୁଙ୍କ କଳା ପେଡି। ସରୁନି ବାବୁ ସୁନୀଲ କୁମାର ରାଉତଙ୍କ ଗଳା ଧନ ଓ ସମ୍ପତ୍ତି ଗଣତି। ରାଜ୍ୟ ପରେ ଏବେ ବାହାର ରାଜ୍ୟରୁ ମିଳିଲାଣି ସମ୍ପତି। ଉତ୍ତରପ୍ରଦେଶ ଓ ମଥୁରାରୁ ଆଉ ଦୁଇଟି ପ୍ଲଟ୍‌ ଠାବ ହୋଇଛି । ସମ୍ପତ୍ତି ହିସାବରେ ଲାଗିଛନ୍ତି ଭିଜିଲାନ୍ସ ଅଧିକାରୀ। ଅଧିକ ଖୋଳତାଡ ପାଇଁ ଆଜି ଖୋଲାଯିବ ଲକର। ଭିଜିଲାନ୍ସ ଚଢ଼ଉ ‌ବେଳେ ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ପୁଳା ପୁଳା ସମ୍ପତ୍ତି ଥିବା ବାହାର କଲେଣି ଅଧିକାରୀ।

Advertisment

ଗତକାଲି  ରାଜଧାନୀରେ ବିଳାସପୂର୍ଣ୍ଣ ଅଟ୍ଟାଳିକା ସହ ପୁରୀ, କଟକ, ଢେଙ୍କାନାଳରେ ପ୍ଲଟ ଥିବା ଜଣାପଡିଥିଲା। ୧୪ କୋଟିରୁ ଉର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଥିଲା। କେବଳ ସେତିକି ନୁହେଁ ବାବୁଙ୍କ ଘରୁ ନଗଦ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମ୍‌ର ସୁନା ଗହଣା, ୫୦୦ ଗ୍ରାମର ରୁପା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଗୋଟିଏ ଟ୍ରକ୍‌, ୨ଟି ବେନାମୀ କାର, ୪ଟି ବାଇକ୍‌ ମଧ୍ୟ ଠାବ କରାଯାଇଛି। କୁବେର ବାବୁଙ୍କ ସମ୍ପତ୍ତି ଦେଖି କାବା ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ଆଜି ତାଙ୍କ ଲକର ଖୋଲାଯିବ।

--