କନକ ବ୍ୟୁରୋ: ଚାବିରେ ଖୋଲିଲାନି ରତ୍ନଭଣ୍ଡାର ତାଲା, ଆଉ ସୂଚନା ମୁତାବକ ତାଲାକୁ ଭାଙ୍ଗିଛନ୍ତି ଟିମ୍ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଭାଙ୍ଗି ଏହା ଭିତରେ ଟିମ୍ ପ୍ରବେଶ କରିଛି । ୧୫ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ସିନ୍ଦୁକରେ ରଖାଯାଉଛି । ସୂଚନାଯୋଗ୍ୟ ଯେ, ଆଜି ପୁରୀ ଶ୍ରୀମନ୍ଦିରରେ ଖୋଲୁଛି ରତ୍ନଭଣ୍ଡାର । ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ମନ୍ଦିର ଭିତରକୁ ଯାଇସାରିଛନ୍ତି । ରତ୍ନ ସବୁକୁ ସାଇତିବା ପାଇଁ ୬ଟି ସିନ୍ଦୁକକୁ ମଧ୍ୟ ମନ୍ଦିର ଭିତରକୁ ନିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।