ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ

863

କନକ ବ୍ୟୁରୋ : ଆକାଶରୁ ସାଧରଣତ ଜଳ ବର୍ଷା ହୋଇଥାଏ । ଏହା ସହିତ କେବେ କେବେ ମାଛ ବର୍ଷ ଓ ଏସିଡ୍ ବର୍ଷା ହୋଇଥାଏ ବୋଲି ଆପଣମାନେ ଶୁଣିଥିବେ । ହେଲେ ଏବେ ଏକ ଆଧୁନିକ ଦେଶ ତା’ର ନାଗରିକ ମାନଙ୍କୁ ସତ୍ତର୍କ କରିଛି କି ଆକାଶରୁ ଝିଟିପିଟି ବର୍ଷା ହେବ ଓ ଏହି ଝିଟିପିଟି ଜନସାଧାରଣଙ୍କର କ୍ଷତି ଘଟାଇବା କଥା କୁହାଯାଇ ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଅତ୍ୟାଧୁନିକ ଦେଶ ଆମେରିକାର ଫ୍ଲୋରିଡାରେ । ଲୋକମାନେ ଖ୍ରୀଷ୍ଟମାସ ସମୟକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏଭଳି ସତ୍ତର୍କବାଣୀ ଶୁଣା ଯାଇଛି । ଫ୍ଲୋରିଡା ପ୍ରଶାସନ କହିବା ମୁତାବକ ଏବେ ସେଠାରେ ବିଯୁକ୍ତ ତାପମାତ୍ରା ରହିଛି । ନିମ୍ନ ତାପମାତ୍ରା ଯୋଗୁ ଗଛରେ ରହୁଥିବା ଝିଟିପିଟି ବା ଜାତୀୟ ପ୍ରାଣୀ ଇଗୁଆନା ମରିଯାଇ ଗଛରୁ ଖସିବାର ଆଶଂକା ରହିଛି । ଫଳରେ ଏହା ଜନସାଧାରଣଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଫ୍ଲୋରିଡା ପ୍ରଶାସନ କହିଛି ।

କହିରଖୁ କି ଇଗୁଆନା ପ୍ରଜାତିର ଝିଟିପିଟି ଅତ୍ୟାଧିକ ଥଣ୍ଡା ପଡିଲେ ମୃତ୍ୟୁମୁଖରେ ପଡିଥାଏ । ତାପମାତ୍ରା କମିବା ଆରମ୍ଭ କଲେ ଇଗୁଆନା ଗଛ ଉପରେ ଚଢିଯାଇ ଥାଏ । ସେଠିକାର ପ୍ରାଣୀ ବିଜ୍ଞାନୀଙ୍କ ମତରେ ଗୋଟିଏ ଇଗୁଆନାର ଲମ୍ବ ୫ ଫୁଟ୍ ଓ ଓଜନ ୧୦ କେଜି ପର୍ଯ୍ୟନ୍ତ ହୋଇପାରେ । ହେଲେ ତାହାର ମୃତ୍ୟୁ ହେଲା ପରେ ଇଗୁଆନା ଶରୀର ଓଜନ ସାଧାରଣତ ବୃଦ୍ଧି ଘଟିଥାଏ । ଏଣୁ ଏହାର ମୃତ ଶରୀର କାହା ଉପରେ ପଡିଲେ ତାହା ଲୋକକୁ କ୍ଷତ ବିକ୍ଷତ କରିଦେଇଥାଏ । ତେଣୁ ଫ୍ଲୋରିଡା ସରକାର ଏନେଇ ସତ୍ତର୍କ ସୂଚନା ଜାରି କରିଛନ୍ତି ।