ନଦୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ ।

265

କନକ ବ୍ୟୁରୋ: ବିରୂପା ନଦୀରେ ଗାଧେଇବା ଯୁବକଙ୍କ ପାଇଁ ହେଲା କାଳ । ନଦୀରେ ଗାଧେଇବା ବେଳେ ଭାସିଗଲେ ଦୁଇଜଣ ଯୁବକ । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଯୁବକ ଦୁହେଁ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ । ଦୁହେଁ ବିରୂପା ନଦୀରେ ଗାଧେଇବା ବେଳେ ନଦୀ ସୁଅରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରୁଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇ ଥିଲେ । ହେଲେ ମୃତ୍ୟୁ ଘୋଷଣାପରେ ଚୌଦ୍ୱାର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।