କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧରେ ଯାଉଛି ଭାରତୀୟଙ୍କ ଜୀବନ ।ଯୁଦ୍ଧରେ ଯବାନଭାବେ ସାମିଲ ଥିବା ହରିଆଣାର ୨୪ବର୍ଷୀୟ ରବି ମୋଉନାଙ୍କ ମୃତ୍ୟୁ ହୋଇଛି । ପରିବାର ଅଭିଯୋଗ କରିଛି ଯେ ରବି ସେଠାକୁ ଚାକିରି ପାଇଁ ଯାଇଥିବାବେଳେ ତାଙ୍କୁ ରୁଷ ସେନାରେ ତାଙ୍କୁ ଭର୍ତି କରାଯାଇଥିଲା ।ଏହାପରଠୁ ପରିବାର ସହ କୌଣସି ଯୋଗଯୋଗ କରିନଥିଲେ । ରବି କେଉଁଠି ଅଛ୍ତି ଏହା ଜାଣିବାକୁ ପରିବାର ପକ୍ଷରୁ ଭାରତୀୟ ବୈଦେଶିକମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଦୂତାବାସ ରବିଙ୍କ ମୃତ୍ୟୁ ସୂଚନା ଏବେ ପରିବାକୁ ଜଣାଇଛି । ଏବେ ସୁଦ୍ଧା ଯୁଦ୍ଧରେ ୫ଜଣ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇସାରିଲାଣି ।ତେବେ ରୁଷ ଉପରେ ଏହି ଅଭିଯୋଗ ମଧ୍ୟ ରହିଛି ଯେ ଦେଶରେ ରହୁଥିବା ଅନ୍ୟଦେଶର ଯୁବକଙ୍କୁ ଜୋରଜବରଦସ୍ତି ଯୁଦ୍ଧରେ ମିଶିବାକୁ ବାଧ୍ୟ କରାଯାଉଛି ।ସେପଟେ ନିକଟରେ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ ସରକାରଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ । ଏପରିକି ସେନାରେ ନିୟୋଜିତ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରିବାକୁ ଅପିଲ ମଧ୍ୟ କରିଥିଲେ ।