କନକ ବ୍ୟୁରୋ : ୨୩ ଅଗଷ୍ଟ ୨୦୨୩ । ସମୟ ଥିଲା ଠିକ୍ ସଂନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଯେତେବେଳେ ଚନ୍ଦ୍ରଯାନ ଅବତରଣ କରିଥିଲା, ଠିକ୍ ସେତେବେଳେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଜଣେ ପ୍ରସୂତୀ ମହିଳା ଶିଶୁ ପୁତ୍ରଟିଏ ଜନ୍ମ ଦେଇଥିଲେ । ଚନ୍ଦ୍ରଯାନ ଉପରେ ସାରା ବିଶ୍ୱର ନଜର ଥିଲା । ପ୍ରସୂତୀ ମହିଳାଙ୍କ ଉପରେ ପରିବାର ନଜର ଅଟକି ରହିଥିଲା । ସେପଟେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିଲା, ଆଉ ଏପଟେ ମା’ କୋଳକୁ ଆସିଥିଲେ ଜଣେ ଶିଶୁପୁତ୍ର । ଏହି ଐତିହାସିକ ମୂହୁର୍ତରେ ପିଲାଟି ଜନ୍ମ ନେଇଥିିବାରୁ ବାପା-ମା’ କୁନି ପୁଅର ନାଁ ରଖିଛନ୍ତି ଚନ୍ଦ୍ରାୟନ ।

Advertisment

ପ୍ରସବ ବେଦନାରେ ଚଟପଟ ହେଉଥିବା ସ୍ତ୍ରୀ ରନୁ ମଲ୍ଲିକକୁ ଧରି କେନ୍ଦ୍ରାପଡ଼ା ହସ୍ପିଟାଲରେ ପହଂଚିଥିଲେ ଆରିପଦା ଗାଁର ପ୍ରଭାତ ମଲ୍ଲିକ । ଡାକ୍ତରଙ୍କ ପରାମର୍ଶ କରିବା ପରେ ରନୁଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା । ଆଉ ଠିକ୍ ୬ଟା ୪ ମିନିଟ୍ ସମୟରେ ଏକ ଶିଶୁପୁତ୍ର ଜନ୍ମ ନେଇଥିଲେ ରନୁ । ଯାହାର ନାଁ ଖୁସିରେ ଚନ୍ଦ୍ରାୟନ ରଖିଛନ୍ତି ବାପା-ମା’ । ହସ୍ପିଟାଲରେ ଚନ୍ଦ୍ରାୟନ ଜନ୍ମନେବା ପରେ ଖୁସିରେ ମିଠା ବାଂଟିଥିଲେ ପରିବାର ଲୋକ ।

ଚନ୍ଦ୍ରାଯାନ କେମିତି ଭାରତର ପ୍ରତିଟି ନାଗରିକଙ୍କ ଜୀବନକୁ ପ୍ରଭାବିତ କରିଛି, ଶିଶୁ ପୁତ୍ରର ଏହି ନାମକରଣରୁ ହୁଏତ ସ୍ପଷ୍ଟ ବାରି ହେଉଛି ।