କନକ ବ୍ୟୁରୋ: ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ପୂର୍ବରୁ ସମ୍ବଲପୁର ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବାବେଳେ, ଏବେ ତାଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି କଟକରୁ ଲୋକସଭା ପ୍ରାର୍ଥୀ ହେଇଛନ୍ତି ସୁରେଶ ମହାପାତ୍ର । ସେପଟେ ବାରିପଦା ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ବାଦଲ ହେମ୍ବ୍ରମଙ୍କ ବଦଳରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ବଦଳରେ ଦଳ ବୈଜୟନ୍ତୀ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଛି । ଏହାବାଦ୍ ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ, ପାଲଲହଡାରୁ ଫକୀର ସାମଲ, ବାରବାଟୀ-କଟକରୁ ସୋଫିଆ ଫିର୍ଦ୍ଦୋସ, ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା
ସମ୍ବଲପୁର ଲୋକସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ନଗେନ୍ଦ୍ର ପ୍ରଧାନଙ୍କୁ ନୂଆକରି ପ୍ରାର୍ଥୀ କଲା ଦଳ
ବାରବାଟୀ-କଟକରୁ ପ୍ରାର୍ଥୀ ହେଲେ ସୋଫିଆ ଫିର୍ଦ୍ଦୋସ୍ #Congress#Odisha#KanakNewspic.twitter.com/uQ9gGudW4T— Kanak News (@kanak_news) April 28, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/29-19.jpg)