ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା ।

403

କନକ ବ୍ୟୁରୋ: ଖୁବ୍ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା ଆସିବ । ନୂଆଦିଲ୍ଲୀରୁ ଫେରିଲା ପରେ ଗୁରୁବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମେଣ୍ଟ ସମ୍ପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ । ମେଣ୍ଟ ନେଇ ବରିଷ୍ଠ ନେତା ଅମିତ ଶାହ କହିସାରିଛନ୍ତି । ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାଁ ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ମନମୋହନ ସାମଲ ।