କନକ ବ୍ୟୁରୋ : ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୧୭ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ତେବେ ବିଧାନସଭା ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି । ଯେଉଁଠି ବିଜେପି ଓ ବିଜେଡି ୧୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି, ସେହି ଦୃଷ୍ଟିରେ ବହୁ ପଛରେ ପଡ଼ିଛି କଂଗ୍ରେସ ।
ଗତକାଲି କଂଗ୍ରେସ ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହାସହ ବର୍ତମାନ ସୁଦ୍ଧା କଂଗ୍ରେସ ୧୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସମ୍ବଲପୁର ଓ କଟକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ସେହିପରି ଇଣ୍ଡିଆ ମେଂଟର ଆସନ ବୁଝାମଣା ଅନୁସାରେ, ଆସ୍କା ଆସନରେ ବାମପନ୍ଥୀ ଓ ମୟୁରଭଞ୍ଜ ଆସନରେ ଜେଏମଏମ୍ ଲଢିବ । ତେଣୁ ବାକି ୪ଟି ଲୋକସଭା ସହ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/4-23.jpg)