ଆଜି ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୬ ଲୋକସଭା ଓ ୭୫ ବିଧାନସଭା ପାଇଁ ଘୋଷଣା ହେଇପାରେ ଟିକେଟ୍ ।

492

କନକ ବ୍ୟୁରୋ: ଆଜି ଘୋଷଣା ହୋଇପାରେ ବିଜେଡ଼ିର ବାକି ଥିବା ଆସନ ପାଇଁ ଟିକେଟ । ବର୍ତ୍ତମାନ ସୁଦ୍ଧା ୬ ଲୋକସଭା ଓ ୭୫ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ଏହି ସବୁ ଆସନ ପାଇଁ ଆଜି ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ଟକେଟ ? କାହାର ଟିକେଟ କଟିବ ତାକୁ ନେଇ ଅପେକ୍ଷାରେ ଅଛନ୍ତି ଆଶାୟୀ ନେତା । ସେପଟେ ଆଉ କିଛି ସମୟ ପରେ ବିଜେଡିରେ ଯୋଗଦେବେ ସାଲେପୁରର ପ୍ରକାଶ ବେହେରା । ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତି ମିଶ୍ରଣ ପର୍ବରେ ଶଙ୍ଖ ଫୁଙ୍କିବେ ପ୍ରକାଶ ।