ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ନାଗପୁରରୁ ନୀତିଶ, ଉତ୍ତର ମୁମ୍ବାଇରୁ ପିୟୁଷ ଗୋଏଲ ଲଢିବେ ନିର୍ବାଚନ

186

କନକ ବ୍ୟୁରୋ: ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୭୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କର୍ଣ୍ଣାଟକ ମହାରାଷ୍ଟ୍ରରୁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି । ମଧ୍ୟପ୍ରେଦଶରୁ ୫, ତେଲେଙ୍ଗାନାରୁ ୬, ହରିୟାଣାର ୬ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି । ଗୁଜରାଟରୁ ୭, ଦିଲ୍ଲୀରୁ ୨, ହିମାଚଳରୁ ୨ ଜଣଙ୍କୁ ଟିକେଟ । ଉତ୍ତରାଖଣ୍ଡରୁ ୨, ତ୍ରିପୁରାରୁ ଜଣେ ଜାମନଡ୍ୟୁରୁ ଜଣେ ନେତାଙ୍କୁ ମିଳିଛି ଟିକେଟ ।

ନାଗପୁରରୁ ନିର୍ବାଚନ ଲଢିବେ ନୀତିଶ ଗଡକରୀ, କର୍ଣ୍ଣାଲରୁ ନିର୍ବାଚନ ଲଢିବେ ମନୋହର ଲାଲ ଖଟ୍ଟର । ଖଟ୍ଟର କାଲି ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବ ଦିଲ୍ଲୀରୁ ହର୍ଷ ମାଲହୋତ୍ରାଙ୍କୁ ମିଳିଛି ଟିକେଟ । ଉତ୍ତର ମୁମ୍ବାଇରୁ ପିୟୁଷ ଗୋଏଲ । ପଙ୍କଜା ମୁଣ୍ଡେ ବିଡରୁ, ବାସଭରାଜ ବୋମାଇ ହାଭେରୀରୁ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ସବୁଠାରୁ ବଡ କଥା ହେଉଛି ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ଓଡିଶାର ନାଁ । ଦ୍ୱିତୀୟ ପଯ୍ୟାୟ ତାଲିକାରେ ବି ଓଡିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ବିଜେପି ।