ଖୁବଶୀଘ୍ର ଆସିବ ବିଜେପିର ଦ୍ୱିତୀୟ ପ୍ରର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ରାଜ୍ୟ ନିର୍ବାଚନ ପ୍ରଭାରୀ କହିଲେ, ୨୦ ତାରିଖ ପୂର୍ବରୁ ଘୋଷଣା ହେବ ସବୁ 

178

କନକ ବ୍ୟୁରୋ : ଖୁବଶୀଘ୍ର ଆସିବ ବିଜେପିର ବାକି ରହିଥିବା ପ୍ରାର୍ଥୀଙ୍କ ତାଲିକା । ରାଜ୍ୟ ନିର୍ବାଚନ ପ୍ରଭାରୀ, ବିଜୟ ପାଲ ସିଂହ ତୋମାର ଓଡିଶାରେ ପହଁଚିବା ପରେ ଏନେଇ ଦେଇଛନ୍ତି ପ୍ରତିକ୍ରିୟା । ୨୦ ତାରିଖ ଭିତରେ ରାଜ୍ୟରେ ବାକି ରହିଥିବା ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

ଆଶାୟୀଙ୍କ ବିକ୍ଷୋଭ ପ୍ରତିବାଦକୁ ନେଇ ତୋମାର କହିଛନ୍ତି, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା କିଛି ନୂଆ କଥା ନୁହେଁ । ବିଦ୍ରୋହ କରୁଥିବା ସମସ୍ତେ ଦଳର ବିଚାରଧାର ସହ ଜଡିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ତୋମାର । ଏହାସହ କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଆସି ପ୍ରଚାର କରିବା ନେଇ ମଧ୍ୟ ୨ ତିନି ଦିନ ଭିତରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ।