କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତିକୁ ଆଉ ସାତ ଦିନରୁ କମ୍ ସମୟ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଓଡ଼ିଶାରେ ତିନି ଦଳ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ବିଧାନସଭା ପାଇଁ ବିଜେପି ଏକାଥରକେ ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ତାଲିକା ବାକି ରହିଛି । ତେଣୁ ଯେକୌଣସି ମୁହୂର୍ତରେ ବିଜେପି ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବଡ଼ କଥା ହେଉଛି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୫ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମୟ କମ୍ ଥିବାରୁ ବିଜେପି ଏବେବି ୯ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଏହି ଆସନ ଗୁଡ଼ିକ ମଧ୍ୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ମୋହନା ବିଧାନସଭା ଆସନ । କୋରାପୁଟ୍ ଲୋକସଭା ନିର୍ବାଚନ ମଣ୍ଡଳୀର ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର । ଏବଂ ନବରଙ୍ଗପୁର ଲୋକସଭା କ୍ଷେତ୍ରର ଝରିଗାଁ, ଡାବୁ ଗାଁ, କୋଟପାଡ଼ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ବିଜେପି ଟିକେଟ୍ ଘୋଷଣା ବାକି ରହିଛି ।

Advertisment

ପ୍ରାର୍ଥୀ ଦେଇନି ବିଜେପି
କୋରାପୁଟ ଲୋକସଭା ଆସନ
ବିଷମ କଟକ
ରାୟଗଡ଼ା
ଲକ୍ଷ୍ମୀପୁର
ଜୟପୁର

ନବରଙ୍ଗପୁର ଲୋକସଭା ଆସନ
ଝରିଗାଁ
ଡାବୁଗାଁ
କୋଟପାଡ଼
ଚିତ୍ରକୋଣ୍ଡା

ବ୍ରହ୍ମପୁର ଲୋକସଭା ଆସନ
ମୋହନା