ଆଜି କିମ୍ବା ଆସନ୍ତାକାଲି ଆସିପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ବିଧାୟକ ତାରା ବାହିନୀପତି

238

କନକ ବ୍ୟୁରୋ: ଆଜି କିମ୍ବା କାଲି ଆସିବ କଂଗ୍ରେସର ପ୍ରାର୍ଥୀ ତାଲିକା । ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଥିବାରୁ ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା ସେ କହିଛନ୍ତି । କଂଗ୍ରେସ ଟିକେଟ ନେଇ ପିଇସି କମିଟି ବୈଠକରେ ତର୍ଜମା ହୋଇଛି । ଏଆଇସିସିର ତତ୍ୱାବଧାନରେ ସମସ୍ତ ଦିଗରେ ଆଲୋଚନା ମଧ୍ୟ କରାଯାଇଛି । ପ୍ରାର୍ଥୀ ତାଲିକା ଏକ ପ୍ରକାର ପ୍ରସ୍ତୁତ ମଧ୍ୟ ହୋଇସାରିଛି । ଆଜି କିମ୍ବା କାଲି ତାଲିକା ଘୋଷଣା ନେଇ ପ୍ରତିକ୍ରିୟାରେ କହିଛନ୍ତି ତାରା ବାହିନୀପତି । ସେପଟେ ଦଳ ଛାଡ଼ୁଥିବା ନେତାଙ୍କ ଭବିଷ୍ୟତ ଉଜ୍ୱଳ ନୁହେଁ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।