କୌଣସି ବି ମୁହୂର୍ତ୍ତରେ ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା । ୬ ଲୋକସଭା, ୭୫ ବିଧାନସଭା ପାଇଁ ଯୋଦ୍ଧା ଘୋଷଣା କରିପାରେ ବିଜେଡି ।

714

କନକ ବ୍ୟୁରୋ: ଯେକୌଣସି ସମୟରେ ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜୁ ଜନତା ଦଳ । ବର୍ତ୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୭୨ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ବାକି ଥିବା ୬ଟି ଲୋକସଭା ଓ ୭୫ଟି ଲୋକସଭା ଆସନ ପାଇଁ ଦଳ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ତେବେ କେଉଁ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ? କିଏ କେଉଁ ଆସନରେ ଟିକେଟ୍ ପାଇବ ତାକୁ ନେଇ ଚର୍ଚ୍ଚା ବଢିଛି । ବିଶେଷ କରି ଟିକେଟ୍ ଆଶାୟୀଙ୍କ ହାର୍ଟ ବିଟ୍ ବଢିବାରେ ଲାଗିଛି ।

ଘୋଷଣା ହେବାକୁ ଥିବା ଆସନରେ ଅନେକ ଆସନରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲା । ତେଣୁ ଜଣକୁ ଟିକେଟ୍ ଦେଲେ, ଅନ୍ୟ ଜଣେ ବିଦ୍ରୋହ କରିବାର ଭୟ ଥିଲା । ତେଣୁ ଦଳକୁ ସଙ୍ଗଠିତ କରି ରଖିବାକୁ ଏବେ ଶେଷ ପର୍ଯ୍ୟାୟରେ ଆଲୋଚନା ଚାଲିଛି । ନବୀନ ନିବାସରେ ମଧ୍ୟ ନେତାଙ୍କ ଭିଡ ଲାଗିଛି । ତେଣୁ ଅନୁମାନ କରାଯାଉଛି ଯେ, କୌଣସି ବି ମୁହୂର୍ତ୍ତରେ ବିଜେଡି ବାକି ଥିବା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ।