ଡ୍ରଗ୍ସ ଲିଙ୍କରେ ବଲିଉଡର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋନ୍ : ଭାଇରାଲ୍ ହେଉଛି ହ୍ୱାଟସଆପ୍ ଚାଟ୍; ଟାଲେଂଟ ମ୍ୟାନେଜର କରିସ୍ମାଙ୍କ ସହ ଡ୍ରଗ୍ସ ଚାଟ୍ କରୁଥିଲେ ଦୀପିକା

3,894
କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । କେଉଁ କଳାକାରମାନେ ଏହି କାରବାରରେ ସଂପୃକ୍ତ ସେମାନଙ୍କ ବିରୋଧରେ ତଦନ୍ତକୁ ଗତିଶୀଳ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଯାଂଚରୁ ବଲିଉଡର ଏକାଧିକ ବଡ ନାଁ ସାମ୍ନାକୁ ଆସିଥିବାବେଳେ, ଧିରେଧିରେ ଆହୁରି କିଛି ପ୍ରତିଷ୍ଠିତ କଳାକାରଙ୍କ ଚେହେରା ଉପରୁ ପରଦା ହଟିବା ଅନୁମାନ କରାଯାଉଛି । ଶ୍ରଦ୍ଧା କାପୁର, ସାରା ଅଲି ଖାନ ଓ ରକୁଲ ପ୍ରିତ ସିଂଙ୍କ ଭଳି ନବାଗତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ ସାମିଲ ହୋଇସାରିଛି । ଖୁବଶୀଘ୍ର ତାଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାଜର ହେବା ପାଇଁ ସମନ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
କୁହାଯାଉଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋକୁ ଛାନଭିନ ବେଳେ କେତେକ ଡ୍ରଗ୍ସ ଚାଟରୁ ବଲିଉଡର ବଡବଡ ଅଭିନେତ୍ରୀଙ୍କ ନାଁର ପ୍ରଥମ ଅକ୍ଷର ମିଳିଥିଲା । ଏହାକୁ ଡି-କୋଡ୍ କରିବା ପରେ କିଛି ଚେହେରା ସାମ୍ନାକୁ ଆସିଛି । ଏନସିବିକୁ ମିଳିଥିବା ବଲିଉଡ ଅଭିନେତ୍ରୀଙ୍କ ନାଁର ପ୍ରଥମ ଅକ୍ଷର ଗୁଡିକ ହେଲା ଡି, ଏନ, ଏସ ଏବଂ କେ । କୁହାଯାଉଛି ଡି- ଅର୍ଥାତ ଦୀପିକା ପାଦୁକୋନ୍ । ଏନ- ଅର୍ଥାତ ନମ୍ରତା ଶିରୋଦକର । ଏସ- ଅର୍ଥାତ ଶ୍ରଦ୍ଧା କାପୁର । ଏବଂ କେ- ଅର୍ଥାତ କରିଶ୍ମା ପ୍ରକାଶ । ଏହି କରିଶ୍ମା ହେଉଛନ୍ତି କନ- କେଡବ୍ଲୁଏଏନ ମ୍ୟାନେଜମେଂଟ କମ୍ପାନିର ଟ୍ୟାଲେଂଟ ମ୍ୟାନେଜର । ଯିଏ ଦୀପିକା ପାଦୁକୋନଙ୍କ ଟ୍ୟାଲେଂଟ ମ୍ୟାନେଜର ଅଛନ୍ତି ।
ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଭିତରେ ଡ୍ରଗ୍ସକୁ ନେଇ ହ୍ୱାଟ୍ସଆପରେ କଥାବାର୍ତା ହୋଇଥିଲା । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋକୁ ଏହି ଚାଟ ମିଳିବା ପରେ ଦୀପିକାଙ୍କୁ ସମନ କରିବା ପାଇଁ ପ୍ରସ୍ତୁତି କରୁଛି ଏନସିବି ।… ଏହି ହ୍ୱାଟ୍ସଆପ ଚାଟରେ ହେସ ମାଗୁଛନ୍ତି ଦୀପିକା ପାଦୁକୋନ । କୁହାଯାଉଛି ଏହା ଶୁଖିଲା ଗଞ୍ଜେଇ ଗଛ ଓ ପତ୍ରର ଛୋଟଛୋଟ ଟୁକୁଡା । ଯାହାକୁ ହୁକ୍କା ସାହାଯ୍ୟରେ ଟଣାଯାଏ । କିନ୍ତୁ କରିଶ୍ମା ତାଙ୍କୁ ୱିଡ ଦେବେ ବୋଲି କହୁଛନ୍ତି । ଏକ ପେପର ରୋଲରେ ସେହି ଗଞ୍ଜେଇ ଗଛ ଓ ପତ୍ରରୁ ଗୁଣ୍ଡକୁ ପ୍ରସ୍ତୁତ କରି ରଖାଯାଇଥାଏ । ଏବଂ ଏହାକୁ ସିଗାରେଟ ଭଲି ସିଧା ଟାଣିହୁଏ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଛିଛୋରେ ଫିଲ୍ମରେ କାମ କରିଥିଲେ ଅଭିନେତ୍ରୀ ଶ୍ରଦ୍ଧା କାପୁର । ଏହାପରେ ସୁଶାନ୍ତ ଓ ରିଆଙ୍କ ସହ ତାଙ୍କ ନିବଡତା ହେଲା । ଏବଂ ରିଆଙ୍କ ଟ୍ୟାଲେଂଟ ମ୍ୟାନେଜର ଜୟା ଶାହାଙ୍କ ସହିତ ଶ୍ରଦ୍ଧା କାପୁରଙ୍କ ଡ୍ରଗ୍ସ ଚାଟ ମଧ୍ୟ ସାମ୍ନାକୁ ଆସିଛି ।