ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ପୁଣି ହେଲା ଆଲୋକୀକରଣ ବ୍ୟବସ୍ଥା ,ବିବାଦ ପରେ ପୁଣି ଚାରିପାଖେ ଲାଗିଲା ଲାଇଟ୍ । ଜିଲ୍ଲାପ୍ରଶାସନ ପକ୍ଷରୁ ଚାଲିଛି ଲାଇଟ ଲଗାଇବା କାମ ।

106

କନକବ୍ୟୁରୋ:ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ ଲାଇଟକୁ ସଂପୃକ୍ତ ଇଂଭେଟ କମ୍ପାନୀ କାଢିନେବା ନେଇ ସବୁ ସ୍ତରରେ ତୀବ୍ର ପ୍ରକାଶ ପାଇଛି । ଆପଣଙ୍କ ଟିଭି ସ୍କ୍ରିନରେ ରହିଛି ଦୁଇଟି ଚିତ୍ର । ଦୁଇଦିନ ତଳେ ଲାଇଟକୁ ଖୋଲିଦିଆଯାଇଥିଲା । ଆଉ ମୁଖ୍ୟ ଶାସନ ସଚିବ ଏ ନେଇ ଆକ୍ସନକୁ ଆସି ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପଦ କ୍ଷେପ ନେଇଛି । ଆଉ ଏକ ଠିକାସଂସ୍ଥା ଦ୍ୱାରା ଫୋକସ ଲାଇଟକୁ ପୁଣି ଲଗାଯାଇଛି । ଲାଇଟ ନେବାବେଳେ ଇଂଭେଟ ସଂସ୍ଥାର ୪ ଜଣଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି । ଶ୍ରୀମନ୍ଦିର ଉନ୍ନୟନ ଅଧିକାରୀ ଫୋକସ ଲାଇଟକୁ ଯୁଦ୍ଧକାଳୀନ ଭିତିରେ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ।

କୋଟି କୋଟି ଲୋକଙ୍କ ଭାବାବେଗ ସହ ଜଡିତ ହୋଇଥିବାରୁ ବଡଦେଉଳରୁ ଫୋକସ ଲାଇଟକୁ କାଢିନେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭକ୍ତ ଓ ବିଭିନ୍ନ ସଙ୍ଗଠନ । ସିଂହଦ୍ୱାର ଥାନାରେ ସଚେତନ ନାଗରିକ ମଂଚ ପକ୍ଷରୁ ଏତଲା ଦିଆଯାଇଛି । ଲାଇଟ କାଢିବାବେଳେ ମଂଚର ସଦସ୍ୟ ଦେଖିଥିବା ଦାବି କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଘଟଣା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି । ପ୍ରଶାସନର ହସ୍ତକ୍ଷେପ ପରେ ଫୋକସ ଲାଇଟ ଜଳିିଛି । ଏବେ ପୁଣି ଝଲସିବି ଶ୍ରୀମନ୍ଦିର । କିନ୍ତୁ ପ୍ରଶ୍ନ ଉଠୁଛି ଦୋଷୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?