କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ଜଳିଲା ଫୋକସ ଲାଇଟ । ଦୁଇଦିନ ହେଲା ଫୋକସ ଲାଇଟକୁ ସଂପୃକ୍ତ ଠିକାସଂସ୍ଥା କାଢିନେବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ମୁଖ୍ୟ ଶାସନ ସଚିବ ବି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅନ୍ୟ ଠିକା ସଂସ୍ଥା ଦ୍ୱାରା ଫୋକସ ଲାଇଟ ଲଗାଯାଇଛି । ଲାଇଟ କାଢିନେଇଥିବା ଠିକା ସଂସ୍ଥା ନାଁରେ ସିଂହଦ୍ୱାରା ଥାନାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଆଉ ଅନ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଫୋକସ ଲାଇଟ ଲଗାଯାଇପାରେ ଆଜି ରାତିରେ ଲାଇଟ ଜଳିଛି ।
ଶ୍ରୀମନ୍ଦିର ଚାରିପଟରେ ପୁଣି ହେଲା ଆଲୋକୀକରଣ ବ୍ୟବସ୍ଥା: ବିବାଦ ପରେ ପୁଣି ଚାରିପାଖେ ଲାଗିଲା ଲାଇଟ୍
/kanak/media/post_attachments/wp-content/uploads/2024/06/447975243_913143567524015_8141572815967215149_n.jpg)