କରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ : ସୁନ୍ଦରଗଡ ଲାଠିକଟାରେ ମେଡିକାଲ ଅଫିସରଙ୍କ କରୋନାରେ ମୃତ; ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

418

କନକ ବ୍ୟୁରୋ : କରୋନାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ । କରୋନାରେ ସୁନ୍ଦରଗଡ ଲାଠିକଟାର ମେଡିକାଲ ଅଫିସର ଡକ୍ଟର ଆର.ବି ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଆର.ବି ମହାପାତ୍ର କୋଭିଡ ପଜିଟିଭ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ମୃତଦେହକୁ ଭୁବନେଶ୍ୱରରୁ ସୁନ୍ଦରଗଡ ଲାଠିକଟା ନେବାକୁ କରୋନା ଯୋଦ୍ଧାଙ୍କ ପତ୍ନୀ ଅନୁରୋଧ କରିଛନ୍ତି ।