କନକ ବ୍ୟୁରୋ : ଓଡିଶାରେ କୋଭିଡର ସଫଳତା ପଛରେ କାରଣ କ'ଣ ? କୋଉ ତଥ୍ୟ ଆଧାରରେ ସଫଳତା ମିଳିଛି ବୋଲି ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ ପଚାରିଛନ୍ତି, ସରକାରଙ୍କ ପାଖରେ ତଥ୍ୟ ଅଛି କି ସଫଳତା ପଛରେ କଣ ଅଛି କାରଣ । କେଉଁ କାରଣ ପାଇଁ ଓଡିଶା କରୋନାରେ ସଫଳ ହେଲା । ଯାତ୍ରା ବନ୍ଦ ନେଇ ବି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନ । ସେ ପ୍ରଶ୍ନ କରିଛନ୍ତି, ବଜାର ଯିବା ପାଇଁ ଅନୁମତି ମିଳିଛି, କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ କାହିଁକି କରିବା ନାହିଁ ।
ସେହିଭଳି କେଉଁ କାରଣ ପାଇଁ ଅଧିକ ସୁସ୍ଥ ଓ କମ୍ ଆକ୍ରାନ୍ତ ହେଉଛନ୍ତି ? ଆଖି ବୁଜି ମନ୍ଦିର ବନ୍ଦ, ସ୍କୁଲ ଓ ଯାତ୍ରା ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ । ଯଦି ବଜାର ସଉଦା ପାଇଁ ଅନୁମତି ମିଳିଛି, ଯାତ୍ରା ପାର୍ଟି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କାହିଁକି ଅନୁମତି ଦିଆଯାଇନି । ଏସବୁକୁ ଖୋଲିବାକୁ ସେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/17-25.jpg)