ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ହେଲା ପାରିତ। କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ।

218
କନକ ବ୍ୟୁରୋ : ବିଧାନସଭାରେ ଆଜି ପାରିତ ହୋଇଛି ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ପାରିତ ହୋଇଛି ।  ଏହି ବିଲ ଅନୁଯାୟୀ କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି ।
ବିଲ ପାରିତ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରୟା ରଖିଛନ୍ତି। ଏହି ବିଲକୁ କଳା ବିଲ ବୋଲି କହିଛନ୍ତି ତାରା ବାହିନୀପତି। ଏହି ବିଲ ଆଣିବାର ଉଦେଶ୍ୟ ବିଧାୟକଙ୍କୁ ଜେଲରେ ରଖିବା ଓ ସାଧାରଣ ଲୋକଙ୍କୁ ୧ ଲକ୍ଷ ଯାଏ ଫାଇନ ପକାଇବା । ରାଜନୈତିକ ଲୋକଙ୍କୁ ଜେଲରେ ଭର୍ତ୍ତି କରି ସରକାର ବାହା ବାହା ନେବାକୁ ପ୍ରୟାସ କରୁଛନ୍ତି ।
ସେପଟେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେଉଁ ଆଇନ ଥିଲା ଯଥେଷ୍ଟ ଥିଲା । ପୋଲିସ ଠିକ କାମ କରିଥିଲେ ଅସୁବିଧା ନଥାନ୍ତା । ବିରୋଧୀଙ୍କୁ ଆୟତ୍ତ କରିବାକୁ ଏହି ବିଲ ଆଣିଛନ୍ତି । ବିରୋଧୀ କର୍ମକର୍ତାଙ୍କୁ ଅତ୍ୟାଚାର କରିବାକୁ ଉଦ୍ୟମ କରାଯାଇଛି । ରୋଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ସରକାର । ଏହି ବିଲ ପାସ କରି ବିରୋଧୀଙ୍କୁ ୨ ବର୍ଷ ସଜା ଦେଇ ଦଣ୍ଡିତ କରିବାକୁ ପ୍ରୟାସ କରାଯାଉଛି।