କନକ ବ୍ୟୁରୋ: ଯେଉଁମାନେ ଟିକେଟ୍ ଆଶାରେ ଦଳ ଛାଡ଼ିଥିଲେ ସେମାନେ ଏବେ ଟିକେଟ୍ ନପାଇ ନିରାଶ ହୋଇଛନ୍ତି । ଆଉ ଏମିତି କି କିଛି ନେତା ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢ଼ିବାକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି । କିନ୍ତୁ କିଛି ନେତାଙ୍କୁ ମନେଇବା ପାଇଁ ଦଳ ୨୦୨୪ ଯୁଦ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଉଛନ୍ତି ।

Advertisment

ଚିରଞ୍ଜୀବ ବିଶ୍ୱାଳ
- କଂଗ୍ରେସର ଭେଟେରାନ ନେତା ଥିଲେ
- ଠିକ୍ ଟିକେଟ ଘୋଷଣା ଆଗରୁ ବିଜେଡିରେ ଯୋଗ ଦେଇଥିଲେ
- ଦଳବଦଳ ପରେ ଜଗତସିଂହପୁରରୁ ପ୍ରାର୍ଥୀ ହେବା ନେଇ ଆଶାବାଦୀ ଥିଲେ
- ହେଲେ ଦଳ ସେଠାରୁ ପ୍ରଶାନ୍ତ ମୁଦୁଲୀଙ୍କୁ ପ୍ରାର୍ଥୀ କରିଥିଲା
- ଫଳରେ ସେ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ
- ୨ଥର ବିଧାୟକ ଥିବା ଚିରଞ୍ଜୀବଙ୍କୁ ଏଥର ନିରାଶ ହେବାକୁ ପଡିଛି

ଅନୁଭବ ମହାନ୍ତି
- ଓଲିଉଡ ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ମିଳିଲାନି ବିଜେପି ଟିକେଟ
- କେନ୍ଦ୍ରାପଡା ସାଂସଦ ଥିବା ଅନୁଭବ ବିଜେଡି ଛାଡି ବିଜେପିକୁ ଆସିଥିଲେ
- ବିଜେପିରେ ଯୋଗଦେବା ପରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଥିଲା ଦଳ
- ପ୍ରଥମେ ରାଜ୍ୟସଭାରୁ ସାଂସଦ ହେଇଥିଲେ
- ପରେ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡାଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ହରାଇଥିଲେ
- ବିଜେପିରେ ଯୋଗଦେବା ପରେ ବାରବାଟୀ–କଟକରୁ ପ୍ରାର୍ଥୀ ହେବା ନେଇ ଆଶାୟୀ ଥିଲେ
- ହେଲେ ଦଳ ସେଠାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି
- ଫଳରେ ଅନୁଭବଙ୍କୁ କେବଳ ଷ୍ଟାର ପ୍ରଚାରକରେ ସନ୍ତୁଷ୍ଟ ହେବାକୁ ପଡିଛି

ଦେବାଷିଶ ନାୟକ
- ବିଜୁ ପଟ୍ଟନାୟକଙ୍କ ବେଶ ଘନିଷ୍ଠ ବୋଲି କୁହାଯାଏ
- ବିଜେଡିର ଫାଉଣ୍ଡର ମେମ୍ବର ଥିଲେ
- ବରୀ ରାଜନୀତିରେ ଦେବାଶଷଙ୍କର ବେଶ ଦଖଲ ରହିଛି
- ଚାରି ଥର ବିଧାୟକ ମଧ୍ୟ ରହିଆସିଛନ୍ତି
- ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା
- ଏମିତି କି ୨୪ରେ ଟିକେଟ ନମିଳିବା ଜାଣି ବିଜେପିକୁ ଆସିଥିଲେ
- ବିଜେପି ଆସିବା ପରେ ଘନଘନ ବୈଠକ କରି ବିଜେଡି ବିରୋଧରେ ବର୍ଷିଥିଲେ
- ଶେଷ ସମୟରେ ବରୀ ପାଇଁ ଉମେଶ ଚନ୍ଦ୍ର ଜେନାଙ୍କୁ ଭରସା କରିଛି ବିଜେପି
- ଆଉ ପୁଣିଥରେ ନିରାଶ ହୋଇଛନ୍ତି ଦେବାଶିଷ

ପ୍ରେମାନନ୍ଦ ନାୟକ
- ତେଲକୋଇରୁ ଦୁଇଦୁଇଥର ବିଧାୟକ
- ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ
- ଆଶା ଥିଲା ବିଜେପି ତାଙ୍କୁ ପ୍ରାର୍ଥୀ କରିବ
- ଶେଷ ସମୟରେ ଟିକେଟ୍ ଦେଲାନାହିଁ ଦଳ