କୃଷିବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା ପରେ ରାଷ୍ଟପତିଙ୍କୁ ଭେଟିବେ ବିରୋଧୀଦଳ ନେତା : କୃଷିବିଲକୁ ଅନୁମୋଦିତ ନକରିବାକୁ କରିପାରନ୍ତି ଗୁହାରୀ  

110

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀଦଳର ନେତା । ଉଭୟ ସଦନରେ କୃଷି ବିଧେୟକ ପାରିତ ହୋଇଛି । ଲୋକସଭାରେ ସଂଖ୍ୟାମତରେ ଏହି ବିଲ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆବଶ୍ୟକୀୟ ସାଂସଦ ନଥାଇ ଧ୍ୱନୀ ମତରେ ଏହି ବିଲକୁ ପାରିତ କରାଯାଇଥିଲା । ଏହାକୁ ବିରୋଧ କରି ରାଜ୍ୟସଭାରେ ବିରୋଧୀ ଦଳର ସାଂସଦ ମାନେ ଜୋରଦାର ହଙ୍ଗାମା କରିଥିଲେ । ହେଲେ ଧ୍ୱନୀମତାରେ ଏହାକୁ ପାରିତ କରାଯାଇଥିଲା । ଏହାକୁ ନେଇ ବିରୋଧୀ ସାଂସଦ ମାନେ ପୋଡିୟମ ନିକଟକୁ ଯାଇ ରୋଲବୁକ୍ ଚିରିବା ଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଏହି ବିଲ କୃଷି ଓ କୃଷକ ବୋଲି ଅଭିହିତ କରି ଆଜି ଆଜି ସଂନ୍ଧ୍ୟା ୫ ଟାରେ ବିରୋଧୀ ଦଳର କିଛି ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବୋଲି ଜଣାପଡିଛି । ଏନେଇ ଆଜି ରାଜ୍ୟସଭାର ବିରୋଧିଦଳ ନେତା ଗୋଲାମନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷି ବିଲ ଉପରେ ଆଗକୁ ବିରୋଧୀ ମାନେ କିଭଳି ରଣନୀତି ଆପଣାଇବେ ତାହା ଉପରେ ଆଲୋଚନା ବେଳେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ନିସ୍ପତ୍ତି ହୋଇଛି । ସେ ରାଷ୍ଟ୍ରପତିଙ୍କ ପାଖରେ କୃଷିବିଲକୁ ଅନୁମତି ନଦେବାକୁ ଅନୁରୋଧ କରିବେ ବୋଲି ଜଣାପଡିଛି ।
ମଙ୍ଗଳବାର ଦିନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଶ୍ରୀ ଆଜାଦ୍ କହିଥିଲେ କି କୃଷିବିଲକୁ ନେଇ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି କୃଷିବିଲ୍ ପାରିତ ହୋଇଛି ହେଲେ ପାରିତ ପୂର୍ବରୁ ଯେଉଁ ପ୍ରକ୍ରିୟା ଅବଲମ୍ବନ କରାଯିବା କଥା ତାହା କରାଯାଇ ନାହିଁ ।  କୃଷିବିଲକୁ ବିରୋଧ କରି ୮ ଜଣ ସାଂସଦ ଗୃହରୁ ନିଲମ୍ବିତ ହେବା ପରେ କୃଷକ ମାନେ ରାସ୍ତାକୁ ଉହ୍ଲାଇଛନ୍ତି । ଅନ୍ୟପଟେ ସରକାରଙ୍କ କହିବା କଥା କି ଏହି ବିଲ ମାଧ୍ୟମରେ କୃଷକ ମାନଙ୍କୁ ପ୍ରଥମରୁ ଅଧିକ ସ୍ୱତନ୍ତ୍ରତା ମିଳିବ ଓ ସେମାନଙ୍କର ଉତ୍ପାଦିତ ସମାଗ୍ରୀରୁ ଅଧିକ ଲାଭ ହେବ ।