କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ମଞ୍ଚ ଉପରେ ନିଜର ଅସନ୍ତୋଷ ଝାଡିଛନ୍ତି । ବେଶ କିଛି ଦନ ହେବ କଂଗ୍ରେସ ଭବନ ଓ କଂଗ୍ରେସ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପରେ, ଏବେ କିନ୍ତୁ ଆଲୋଚନା ଚକ୍ର ଆଳରେ, ପିସିସି ସଭାପତିଙ୍କ କାର୍ଯ୍ୟଦକ୍ଷତା ଓ ଦଳ ପରିଚାଳନାକୁ ନେଇ ସମାଲୋଚନା କରିଛନ୍ତି । ସିଧାସଳଖ ପିସିସି ସଭାପତିଙ୍କୁ ଟାର୍ଗେଟ କରି କହିଛନ୍ତି, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି । ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ । ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ । ଏଠି ମାଳମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ।
ମହମ୍ମଦ ମୋକିମ ସିଧାସଳଖ ସମାଲୋଚନା ନକରି ପିସିସି ସଭାପତିଙ୍କ ଆଦର୍ଶ କେମିତି ହେବା ଆବଶ୍ୟକ ତାହା ଦର୍ଶାଇଛନ୍ତିି । କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା । କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ।
ଝାରସୁଗୁଡା ଉପନିର୍ବାଚନରେ ବ୍ୟସ୍ତ ଥିବାବେଳେ ଭୁବନେଶ୍ୱରରେ ଏଭଳି ଆଲୋଚନା ଚକ୍ର ଆୟୋଜନ ଓ ସମାଲୋଚନାକୁ ନେଇ ପିିସିସି ସଭାପତି ଖଣ୍ଡନ କରିଛନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି, ବିଜେପି, ଦଳୀୟ ସଂଗଠନକୁ ମଜବୁତ କରିବାରେ ଲାଗିପଡିଥିବାବେଳେ, କଂଗ୍ରେସ ଦଳୀୟ କନ୍ଦଳରୁ ବାହାରିପାରୁନି ।
Follow Us