କନକ ବ୍ୟୁରୋ: ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା । ଏହା ମହାପ୍ରଭୁଙ୍କର ୍ରଏକ ଲୀଳା । ତେବେ ଏହି ଘଟଣାରେ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗକୁ କୌଣସି କ୍ଷତି ହୋଇନାହିଁ ବରଂ ଆହତ ହୋଇଥିବା ସେବାୟତଙ୍କର ଚିକିତ୍ସା ଚାଲିଛି । ତେବେ ମହାପ୍ରଭୁ ନିଳାଦ୍ରୀବିଜେ ଯାଏଁ ସମସ୍ତ ନୀତି ଶୃଙ୍ଖଳିତ ଭାବେ ସାମପନ ହେବ । ଏବଂ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ’ ।