କନକ ବ୍ୟୁରୋ: ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଏଏସଆଇଙ୍କ ଚିଠି ଉପରେ ତର୍ଜମା ଓ ସମସ୍ତ ଟିମ୍ ସହିତ ଆଲୋଚନା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ କୌଣସି ନିସ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସେପଟେ ବିରୋଧୀ ଦଳ ମୁଖ୍ୟ ମୋହନ ମାଝୀ କହିଛନ୍ତି ରତ୍ନଭଣ୍ଡାର ପ୍ରସଙ୍ଗରେ ଓଡ଼ିଶାବାସୀ କେବେ ସରକାରଙ୍କୁ କ୍ଷମା ଦେବେନାହିଁ । ରାଜ୍ୟବାସୀ ଚାହିଁବା ଅନୁସାରେ ସରକାର ଆଗେଇ ଆସିବା କଥା । ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଇନାହାନ୍ତି । ତା ପଛରେ କ’ଣ ରହିଛି ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରତ୍ନ ଭଣ୍ଡାରରୁ ଚୋରି ହୋଇଛି, ସେଥିପାଇଁ ସରକାର ଖୋଲିବାକୁ ଡ଼ରୁଛନ୍ତି । ବିଶେଷକରି ଏଏସଆଇ ମରାମତି କରିବା ପାଇଁ ଚିଠି ଲେଖିସାରିବା ପରେ ସରକାର ଆଇନ ଅନୁସାରେ ତାହା କରିବାକୁ ବାଧ୍ୟ । ସେଥିରେ କିଛି ବିଚାର କରିବାର ନାହିଁ । ବହୁ ବର୍ଷ ଧରି ରତ୍ନଭଣ୍ଡାରର ଯାଞ୍ଚ ହୋଇନାହିଁ କି ଗଣତି ମଧ୍ୟ ହୋଇନାହିଁ । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାବି କରିଛନ୍ତି ନରସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/09/208028184Puri_Jagannath_Temple_Main.jpg)