ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୪୦ କିମି ଦୂରରେ ଅଛି ବାତ୍ୟା ।

196

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୪୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ଗତି କମିପାରେ । ଏବେ ପାରାଦୀପରେ ୬୦ରୁ ୭୦ କିମି ବେଗରେ ବହୁଛି ପବନ ।

ସେହିପରି ଅସ୍ତରଙ୍ଗରେ ବି ୬୦ରୁ ୭୦ କିମି ବେଗରେ ପବନ ବହୁଛି । ସବୁଠାରୁ ବଡ଼କଥା ହେଲା କି ରାତି ୧୦ଟା ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି । ସର୍ବାଧିକ ବାଲେଶ୍ୱରରେ ପ୍ରାୟ ୧ ଲକ୍ଷ ୪୩ ହଜାର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଜେନେରେଟର, ଟ୍ୟାଙ୍କର ମୂତୟନ କରାଯାଇଛି । କେବଳ କିଛି ସ୍ଥାନରେ ପବନ ପ୍ରଭାବରେ ଗଛ ଉପୁଡ଼ିପଡ଼ିଛି । ଅଧିକାଂଶ ଜିଲ୍ଲାରେ ବିଜ୍ଞାପନ ହୋର୍ଡିଂ ବାହାର କରାଯାଇଛି । ଆଉ ସରକାରଙ୍କ ଆଗୁଆ ପଦକ୍ଷେପ ଠିକ୍ ଅଛି ।