ସାମ୍ନାକୁ ଆସିଲା ରଶ୍ମୀରେଖାଙ୍କ ଶେଷ ଭିଡିଓ: ବାରରେ ନାଚୁଥିଲେ ଟେଲି ଅଭିନେତ୍ରୀ କାହିଁକି କଲେ ଆତ୍ମହତ୍ୟା ଏବେ ବି ରହିଛି ସନ୍ଦେହ

260

କନକ ବ୍ୟୁରୋ: ଅଭିନେତ୍ରୀ ରଶ୍ମୀରେଖାଙ୍କ ଶେଷ ଭିଡିଓ । ଆତ୍ମହତ୍ୟା କରିବା ପୂର୍ବରୁ ଏକ ବାରରେ ରଶ୍ମୀରେଖା ଏଭଳି ନାଚୁଥିବାର ଚିତ୍ର ସାମ୍ନାକୁ ଆସିଛି । ରଶ୍ମୀରେଖାଙ୍କ ଜଣେ ବାନ୍ଧବୀ ଏହି ଭିଡିଓ ସେୟାର କରିଛନ୍ତି । ବେଶ ହାଲୁକା ମନରେ ଡ୍ୟାନ୍ସ କରୁଥିବା ରଶ୍ମୀରେଖା ଏତେ ବଡ ମାନସିକ ଚାପରେ ବି ଥାଇପାରନ୍ତି ତାହା ବିଶ୍ୱାସ ହେଉନାହିଁ । ତାଙ୍କ ମରଶରୀର ପାଖରୁ ମିଳିଥିବା ସୁଇସାଇଡ ନୋଟ ବି ସନ୍ଦେହ ଦୂର କରିବା ବଦଳରେ ସନ୍ଦେହ ଆହୁରି ବଢାଇଦେଇଛି ।

ରଶ୍ମୀରେଖା ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟ କହୁଛି, ରଶ୍ମୀରେଖାଙ୍କ ମୃତ୍ୟୁ ହୋଇଛିି ଆଂଟି-ମୋର୍ଟମ ହ୍ୟାଙ୍ଗିଙ୍ଗ ବା ସୁଇସାଇଡ ବାଏ ହ୍ୟାଙ୍ଗିଙ୍ଗ । ଡିସିପି ସ୍ପଷ୍ଟ କରିଛନ୍ତି, ରଶ୍ମୀରେଖା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପର୍ବରୁ ସେ ମାନସିକ ଚାପରେ ଥିଲେ । ଆଉ ଏହାର କାରଣ ଖୋଜିବାକୁ ତଦନ୍ତ ଚାଲିଛି । ମୋବାଇଲକୁ ବି ଅନଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ରଶ୍ମୀରେଖାର ମୃତ୍ୟୁରକାରଣ ଖୋଜା ଚାଲିଥିବାବେଳେ ରଶ୍ମୀଙ୍କ ପୂର୍ବ ବନ୍ଧୁ ରାଜାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି । ତାଙ୍କୁ ଥାନାରେ ପଚରାଉଚରା କରିଛି ପୁଲିସ । ରଶ୍ମୀରେଖା ମୃତ୍ୟୁ ଘଟଣାରେ ସବୁଠାରୁ ଅଧିକ ସନ୍ଦେହ ଘେରକୁ ଆସିଛନ୍ତି ସନ୍ତୋଷ । ସେ ଫେରାର ହୋଇଯିବା ଓ ଲୁଚି ରହିବା ଏହି ସନ୍ଦେହକୁ ଆହୁରି ବଢାଇଦେଇଛି । ପୁଲିସ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏ ଯାଏଁ କୌଣସି ସୁରାକ ମିଳିପାରିନାହିଁ ।