କନକ ବ୍ୟୁରୋ : ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆର୍ନ୍ତଜାତୀୟ ଷ୍ଟାଡିୟମରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ୧-୧ରେ ବରବାର ରହିଛି । ଶେଷ ମ୍ୟାଚ ଉଭୟ ଦଳ ପାଇଁ କର ବା ମର ପରିସ୍ଥତି ସୃଷ୍ଟି କରିଛି । ଆଜି ଯିଏ ମ୍ୟାଚ ଜିତିବ ସେ ସିରିଜ ଜିତିବ ସେ ସିରିଜ ଜିତିବ । ରୋହିତ ବାହୀନୀର ବ୍ୟାଟରମାନେ ଫର୍ମରେ ରହିଥିଲେ ବି ବୋଲରଙ୍କୁ ନେଇ ଚିନ୍ତା ବଢିବାରେ ଲାଗିଛି । ଯଶପ୍ରିତ ବୁମରା ଏକ ମାତ୍ର ପେସର ଭାବେ ଭଲ ବୋଲିଂ କରୁଥିବା ବେଳେ ଅନ୍ୟ କୌଣସି ପେସରଙ୍କ ବୋଲିଂରେ ଉନ୍ନତି ଦେଖିବାକୁ ମିଳିନାହିଁ । ସୁସ୍ଥ ହୋଇ ଟିମକୁ ଫେରିଥିବା ବୋଲର ହର୍ଷଲ ପଟେଲ ଗତ ଦୁଇଟି ମ୍ୟାଚରେ ଭଲ ପଦର୍ଶନ କରିପାରିନାହାଁନ୍ତି । ବିଶେଷ କରି ସ୍ଲୋକ ଓଭର ତଥା ଶେଷ ଆଡକୁ ବୋଲରମାନେ ଅଧିକ ରନ ବ୍ୟୟ କରୁଥିବାରୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ଟସ୍ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଯେଉଁ ଦଳ ପଛେ ବ୍ୟାଟିଂ କରିବ ସେହି ଦଳ ବିଜୟୀ ହେଉଥିବା ଅଧିକାଂଶ ଟି-୨୦ ମ୍ୟାଚରେ ଦେଖିବାକୁ ମିଳୁଛି ।
ଆଜି ହ୍ରାଇଦ୍ରାବାଦରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍ । କର ବା ମର ସ୍ଥିତିରେ ଦୁଇ ଟିମ୍
/kanak/media/post_attachments/wp-content/uploads/2022/09/l.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)