କନକ ବ୍ୟୁରୋ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ । କୋଣାର୍କ ଚନ୍ଦ୍ରଭାଗା, ପୁରୀ ନିକଟରୁ କ୍ୟାମେରାରେ କଏଦ ହୋଇଛି ୨୦୨୦ର ଶେଷ ସୂର୍ଯ୍ୟୋଦୟ । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗାକୂଳ, ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଉଦୟ ସୂର୍ଯର ଅରୁଣିମା ସମୁଦ୍ରରେ ପ୍ରତିବିମ୍ବ ସୃଷ୍ଟି କରି ପର୍ଯ୍ୟଟକଙ୍କ ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ବିଦାୟୀ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପର୍ଯ୍ୟଟକ ଭିଡ ଜମାଇଛନ୍ତି ।
ସେପଟେ, ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବାରୁ ଟୁଇନ ସିଟି ଉପରେ କଡା ନଜର ରଖିବ ପୋଲିସ ସ୍କ୍ୱାର୍ଡ ।
- ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
- ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ ।
- ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
- କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ।
- ୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ
- ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ, ନଜର ରଖିବେ ଥାନା ଅଧିରାରୀ
- ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ