ପାଣିରେ ଶବର ଶେଷ ଯାତ୍ରା । ଖୋର୍ଧା ଓ ରବରସିଂ ପଂଚାୟତରୁ ଆସିଲା ଜଳବନ୍ଦୀ ଜୀବନର ଯନ୍ତ୍ରଣାଦାୟକ ଚିତ୍ର : ଅଂଟାଏ ପାଣିରେ ମୃତଦେହକୁ କାନେ୍ଧଇ ମଶାଣୀକୁ ନେଲେ ସମ୍ପର୍କୀୟ

338

କନକ ବ୍ୟୁରୋ : ଓଡିଶାର ବିଭିନ୍ନ ଅଂଚଳକୁ କଲବଲ କରୁଛି ବନ୍ୟା । ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । ଚାରିଆଡେ ପାଣି ମାଡି ଯାଇଥିବା ବେଳେ ଖୋର୍ଦ୍ଧାରୁ ଆସିଛି ବନ୍ୟାର ବିକଳ ଚିତ୍ର । ପାଣି ଭିତରେ ଶବ ଶୋଭାଯାତ୍ରା । ଅଂଟାଏ ପାଣିରେ ପଶି ବୃଦ୍ଧାଙ୍କ ଶବକୁ ମଶାଣି ନେଲେ ୧୫ ଜଣ ସଂପର୍କୀୟ । ହେଲେ ମଶାଣି ବି ପାଣି ବୁଡି ରହିଥିବାରୁ ହୋଇ ପାରିଲା ନାହିଁ ସଂସ୍କାର । ପରେ ଅନ୍ୟତ୍ର ଏକ ସ୍ଥାନକୁ ନେଇ ଶବ ସକ୍ରାର କରାଯାଉଛି ।

ଏମିତି ଏକ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲା ବନ୍ୟା ପୀଡିତ ଓରବରସିଂହ ପଂଚାୟତ ଡିହଖଳାରୁ । ଗାଁ ଚାରି ପଟେ ପାଣି ଘେରି ରହିଥିବା ବେଳେ ଡିହଖଳାର ପ୍ରମିଳା ସୁନ୍ଦରାୟ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପାରିଲାନାହିଁ । ଶେଷରେ ଚିକିତ୍ସା ନପାଇ ପ୍ରମିଳାଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପରେ ତାଙ୍କ ମୃତଦେହ ସକ୍ରାର କରିବା ପାଇଁ ପରିବାର ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।