ସେୟାର ବଜାରରେ ବଡଧରଣର ହଲଚଲ । ସେନସେକ୍ସ ଓ ନିଫଟିରେ ଦେଖାଦେଲା ବଡ ହ୍ରାସ । ସୋମବାର ଭାରତୀୟ ସେୟାର ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ପ୍ରମୁଖ ଇଂଡିକ୍ସରେ ସେନସକ୍ସ ୨ ମାସ ପରେ ପ୍ରଥମ ଥର ପାଇଁ ୫୯ ହଜାର ତଳକୁ ଖସିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫଟି ୧୮ ହଜାର ତଳେ ରହିଛି । ଦେଶର ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାର ମଧ୍ୟ ଭାରି ମାତ୍ରାରେ ତଳକୁ ଖସିଛି ।
ପେଟିଏମର ସେୟାରରେ ମଧ୍ୟ ଅହେତୁକ ଭାବେ ହ୍ରାସ ଘଟିଛି । ପେଟିଏମ ର ସେୟାରରେ ୧୩ ପ୍ରତିଶତ ହ୍ରାସ ହୋଇ ୧୩୬୦ ଟଙ୍କାରେ ପହଂଚିଛି । ତେବେ ଅର୍ନ୍ତଜାତୀୟ ବଜାରର ଦୁର୍ବଳ ସଂକେତ ତଥା ଦେଶରେ ବିଦେଶୀ ମୁଦ୍ରାର କମ ସଂଗ୍ରହ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେବେ ପୂର୍ବ ସପ୍ତାହରେ ସେନସେକ୍ସ ଓ ନିଫଟି ୨ ପ୍ରତିଶତ ତଳକୁ ଖସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/Stock-market-.jpg)