ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ଜାରି : ରେମୁଣା-ବାହାନାଗା ନିକଟରେ ସ୍ଥଳଭାଗ ଛୁଇଁଲା ୟାସ

ଆଉ କିଛି ସମୟ ପରେ ଶେଷ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା; ଘଂଟା ପ୍ରତି ପବନରେ ବେଗ ୧୩୦ର ୧୪୦ କିଲୋମିଟର

349

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କରୁଛି ବାତ୍ୟା ୟାସ । ଭଦ୍ରକର ଧାମରା ଓ ବାଲେଶ୍ୱରର ବାହାନାଗା ମଧ୍ୟରେ ସକାଳ ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାର ଉତର-ବାଲେଶ୍ୱରର ଦକ୍ଷିଣ ବାହାନଗା ଉପକୂଳବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରୁଛି । ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି ଏହି ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଂଟା ସମୟ ଲାଗିବ  । ଲ୍ୟାଣ୍ଡ ପ୍ରକ୍ରିୟା ଜାରି ରହିବା ସମୟରେ ଘଂଟା ପ୍ରତି ପବନରେ ବେଗ ୧୩୦ର ୧୪୦ କିଲୋମିଟର ରହିଛି । ବର୍ଷା ବି ଜାରି ରହିଛି । ବତ୍ୟାର ପଛୁଆ ପବନ ଅଧିକ ବିପଦଜନକ ହୋଇପାରେ । ତେଣୁ ଅପରାହ୍ଣ ୩ଟା ଯାଏ ଘରୁ ନବାହାରିବାକୁ ବାଲେଶ୍ୱର ଓ ଭଦ୍ରକ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।