ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ରାତି ସାଢେ ୯ଟା ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

303

କନକ ବ୍ୟୁରୋ: ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଆକଳନ ସମୟର ୩ ଘଣ୍ଟା ପୂର୍ବରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ତାଜା ସୂଚନା ମୁତାବକ, ଗୋପାଳପୁର-କଳିଙ୍ଗପଟ୍ଟନମ ମଧ୍ୟରେ ହିଁ ଏହା ଲ୍ୟାଣ୍ଡଫଲ୍ କରିବ । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୯ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ବୋଲି ଏସଆରସି କହିଛନ୍ତି ।

ବାତ୍ୟା ଗୁଲାବ ଫଳରେ ଏବେ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି । ଗଜପତି ଜିଲ୍ଲାରେ ଝିପିଝିପି ବର୍ଷା ହେବା ନେଇ ଏସଆରସି କହିଛନ୍ତି । ସେହିପରି ଏବେ ସେଠାରେ ୩୦ରୁ ୪୦ କିମି ବେଗରେ ପବନ ବୋହୁଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଲୋକଙ୍କ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଗଜପତି ଜିଲ୍ଲାରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଏସଆରସି ସୂଚନା ଦେଇଛନ୍ତି ।