କନକ ବ୍ୟୁରୋ: ପାଣି ବିନା ଜମି ଫାଟି ଆଁ କରିଛି । ଆଉ ଚାଷ ଜମିକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବାଲେଶ୍ୱର ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗାଁର ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି କିଛି ରୋଜଗାର ଆଶା କରିଥିବା ଚାଷୀ ଏବେ ଚାଷ ଜମିକୁ ଦେଖି ଚିନ୍ତାରେ ପଡ଼ିଛନ୍ତି । ପାଣି ବିନା ଚାଷ ଜମି ଫାଟି ଆଁ କରିଛି । ସରକାରଙ୍କ ପକ୍ଷରୁ ଏହି ଗାଁରେ ବିଭିନ୍ନ ସାହି ପାଇଁ ୭ଟି ଏଲଆଇ ପଏଣ୍ଟ ନିର୍ମାଣ କରାଯାଇଛି । ହେଲେ ଗୋଟିଏ ବି ପଏଣ୍ଟରୁ ପାଣି ଟୋପାଏ ବି ବାହାରୁନାହିଁ । ଧାନ ଥୋଡ଼ୁଅ ହେବା ସମୟରେ ପାଣି ଅଭାବ ଚାଷୀ ଆଖିରେ ଲୁହ ଆଣିଛି  । ଏପରି ଅବସ୍ଥା ହୋଇଛି ଚାଷ ଜମିକୁ ଯିବାକୁ ମଧ୍ୟ ଇଛା ହେଉନଥିବା କହିଛନ୍ତି ଚାଷୀ ।

Advertisment

ଦିନେ କି ମାସେ ନୁହେଁ ଦୀର୍ଘ ୩ ବର୍ଷ ହେଲା ନିର୍ମାଣ ହୋଇଥିବା ଏଲଆଇ ପଏଣ୍ଟରୁ ପାଣି ବାହାରୁନାହିଁ । ବାରମ୍ବାର ଅଭିଯୋଗ ପରେ ବି ହେଉନି ସମସ୍ୟାର ସମାଧାନ । ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଚାଷୀ । ସମସ୍ୟାର ସମାଧାନ ନହେଲେ ଚାଷୀମାନେ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଇଛନ୍ତି ।