ବନ୍ଧା ହେଲେ ପଦ୍ମକେଶରୀପୁରର ଲେଡି ଡନ୍: ସୁଧ ନାଁରେ ଲୋକଙ୍କୁ କରୁଥିଲେ ଶୋଷଣ, ଥାନା ଭିତରେ ରିପୋର୍ଟରଙ୍କୁ ଧମକ

Advertisment
ବନ୍ଧା ହେଲେ ପଦ୍ମକେଶରୀପୁରର ଲେଡି ଡନ୍: ସୁଧ ନାଁରେ ଲୋକଙ୍କୁ କରୁଥିଲେ ଶୋଷଣ, ଥାନା ଭିତରେ ରିପୋର୍ଟରଙ୍କୁ ଧମକ

କନକ ବ୍ୟୁରୋ: ସୁଧ ପାଇଁ ଶୋଷଣ କରୁଥିବା ଡନଙ୍କ ହାତରେ ପଡିଛି ହାତକଡି । ଭୁବନେଶ୍ବର ପଦ୍ନକେଶରୀପୁରରେ ସୁଧ ଲଗାଇ କିଭଳି ମାଲାମାଲ ହେଉଥିଲେ ସୁଧିଆ ଓ ସର୍ବଶ୍ୱାନ୍ତ ହେଉଥିଲେ ଗରିବ ସେ ନେଇ ସିରିଜ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।

ଥାନା ଭିତରେ ମୁହଁ ଘୋଡାଇ ଛିଡା ହୋଇଥିବା ମହିଳା ହେଉଛନ୍ତି ଶୁଭଲକ୍ଷ୍ମୀ ଦାସ। ଯାହାକୁ ପଦ୍ମକେଶରୀପୁରର ଲେଡି ଡନ୍ ବୋଲି କୁହନ୍ତି ଏହି ଗାଁ ଲୋକେ। ଏହି ଲେଡି ଡନ ଠାରୁ ଯିଏ ଥରେ ଟଙ୍କା ନେଲା, ତା ପରିବାର ସୁଧ ଗଣି ଗଣି ତଳି ତଳାନ୍ତ ହୋଇଯାନ୍ତି। ଏପରିକି ମୁଳ ଟଙ୍କାର ହଜାର ହଜାର ପ୍ରତିଶତ ନେଇ ସାରିଲା ପରେ, ବି ମୂଳ ଟଙ୍କା ବାବଦକୁ ଘରର ଜମି ଆଉ ଡିହ ଉପରେ ଆଖି ପକାନ୍ତି। ଗାଁର ସୁଧ କାରବାରର ମୂଳପୋଛ କରିବା ପାଇଁ କନକ ନ୍ୟୁଜ ଖବର ପ୍ରସାରଣ କରିଥିଲା। ଆଉ କନକ ନ୍ୟୁଜର ପ୍ରଭାବରେ ଏହି ଡନକୁ ବାନ୍ଧିଛି ମଂଚେଶ୍ୱର ପୁଲିସ। ଗିରଫ ହେଲା ପରେ ବି ଏହି ଲେଡି ଡନଙ୍କ ମୁହଁ ଫୁଟାଣି କମିନି। ଥାନା ଭିତରେ ପୁଲିସ ସାମନାରେ ସାମ୍ବାଦିକଙ୍କୁ ଧମକ ଦେଉଛନ୍ତି ଏହି ବାହୁବଳୀ ମହିଳା। ଲେଡିଡନ କେମିତି ଧମକ ଦେଉଛନ୍ତି।

ଏବେ ନଜର ପକାନ୍ତୁ ଏହି ମହିଳାଙ୍କୁ କାହିଁକି ଗିରଫ କରିଛି ପୁଲିସ। କେବଳ ଏହି ଲେଡି ଡନ ନୁହଁନ୍ତି ତାଙ୍କ ପୁଅ ସୌଭାଗ୍ୟ ଦାସ ଏବଂ ସ୍ୱାମୀ ଚିତ୍ତ ଦାସକୁ ମଧ୍ୟ ଗିରଫ କରାଯାଇଛି। ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଏମାନେ ସୁଧ ଟଙ୍କା କାରବାର କରିବା ସହ ଟଙ୍କା ନ ଦେଲେ ଧମକ ଦେବା ସହ ଦାଦାବଟି ଆଦାୟ କରନ୍ତି।

ରାଜଧାନୀ ଛାତିରେ ସୁଧ କାରବାର କରୁଥିବା ଅଭିଯୋଗରେ ମୋଟ ୯ ଜଣଙ୍କୁ ପୁଲିସ ଗିରଫ କରିସାରିଛି। କିନ୍ତୁ ଏବେବି ଅନେକ ସୁଧ ବେପାରୀ ଓ ମହିଳା ମହାଜନ ମାନେ ଫେରାର ଅଛନ୍ତି। ଖୁବଶୀଘ୍ର ସୁଧିଆଙ୍କୁ ଗିରଫ କରି ପଦ୍ମକେଶରୀପୁରକୁ ମହାଜନଙ୍କ କବଳରୁ ମୁକ୍ତ କରିବାକୁ ଅଂଟା ଭିଡିଛି କମିଶନରେଟ ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe