କନକ ବ୍ୟୁରୋ: ବିଜୁଳି ବିଲର ଅଭାବନୀୟ କାହାଣୀ । ୧୦ ବର୍ଷ ତଳେ ଗାଁକୁ ବିଜୁଳି ସଂଯୋଗ ହେଲା । ମାତ୍ର ଗୋଟିଏ ଦିନ ବିଜୁଳି ଜଳିଲା । ତା’ପରଠୁ ବିଜୁଳିର ଦେଖା ନାହିଁ । କିନ୍ତୁ ପ୍ରତିମାସରେ ପ୍ରତି ଘରକୁ ୪ ହଜାର ଟଙ୍କାର ବିଜୁଳି ବିଲ ଆସୁଛି । ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସିରିଗିଡା ପଂଚାୟତରୁ ଆସିଛି ଏଭଳି ଅଭିଯୋଗ ।

Advertisment

ବିଦ୍ୟୁତ ନଥାଇ ବିଲ ଆସୁଥିବାରୁ ଏହାର ପ୍ରତିବାଦରେ ସିରିଗିଡା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ରାଜଗାଙ୍ଗପୁର ଟାଟା ପାୱାର କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେଇଛନ୍ତି । ଚଳିତ ମାସ ସୁଦ୍ଧା ବିଜୁଳି ଗାଁକୁ ନ ଆସିଲେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।