କନକ ବ୍ୟୁରୋ: ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ ଓଡିଶା । ସବୁଆଡେ ମେଘକୁ ଅନାଇ ରହିଛନ୍ତି ଅନ୍ନଦାତା । କମ ବର୍ଷା ଯୋଗୁ ଜମି ଫାଟି ଆଁ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଶୁଖିଲା ଚାଷ ଜମିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଅଭାବରୁ ଯାଜପୁର ଦଶରଥପୁର ଅଚଂଳରେ ମରୁଡି ସ୍ଥିତି ଉପୁଜିଛି । ବର୍ଷା ନାହିଁ କି ୧୫ ବର୍ଷ ହେଲା ଉଠାଜଳସେଚନ ପ୍ରକଳ୍ପ କାମରେ ଆସୁନାହିଁ । ଫଳରେ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହେଲାଣି ।

Advertisment

ନିଅଂଟିଆ ବର୍ଷା ଯୋଗୁଁ ଚିନ୍ତାରେ କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ଅଂଚଳର ଚାଷୀ । ପାଣି ଅଭାବରୁ ଜମି ଫାଟି ଅାଁ କରିଛି । ଯେଉଁ ଜମିରେ ସୁନାର ଫସଲ ଫଳେ ଏବେ ସେଠାରେ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି । ପାଖରେ ଇନ୍ଦ୍ରାବତୀ ଡ୍ୟାମ ଥାଇ ବି ଜୟପାଟଣା ଜମିରେ ତଳି ଶୁଖି ନଷ୍ଟ ହେବାକୁ ବସିଛି । କୋକସାରରେ ଚାଷ ଜମିରେ ଗାଇ-ଗୋରୁ ଛାଡି ଦେଇଛନ୍ତି ଚାଷୀ । ପୁରୀ ଜିଲ୍ଲା କୃଷ୍ଣପ୍ରସଦାରୁ ଆସିଛି ସମାନ ଚିତ୍ର । ବର୍ଷା ଲୁଚକାଳି ଖେଳୁଥିବା ବେଳେ ଚାଷ ବଂଚାଇ ରଖିବାକୁ ସଂଘର୍ଷ କରୁଛି ଚାଷୀ ।

ରାଜ୍ୟରେ ମାଡି ଆସୁଛି ମରୁଡି । ନବରଙ୍ଗରୁର ଆକାଶରୁ ଯେମିତି ମୌସୁମୀ ଗାଏବ ହୋଇଯାଇଛି । ସାରା ରାଜ୍ୟରେ ନିଅଁଟିଆ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ମରୁଡି ସ୍ଥିତି । ଜିଲ୍ଲାରେ ସ୍ୱାଭାବିକ ଠାରୁ ୪୩ ପ୍ରତିଶତ କମ୍ ପରିମାଣର ବର୍ଷା ହୋଇଥିବାରୁ ଚାଷୀଙ୍କୁ ମରୁଡିର ଭୟ ଘାରିଛି ।

ମାଡ଼ି ଆସୁଛି ମରୁଡ଼ି?
- ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ସାରା ରାଜ୍ୟ
- ୧୨୦ ବର୍ଷରେ ସବୁଠୁ ଶୁଖିଲା ଅଗଷ୍ଟ
- ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୩୩% କମ୍ ବର୍ଷା ରେକର୍ଡ
- ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା
- ନବରଂଗପୁରରେ ସର୍ବାଧିକ ୪୧% ନିଅଂଟିଆ ବର୍ଷା
- କେନ୍ଦ୍ରାପଡାରେ ୩୭%, କଳାହାଣ୍ଡିରେ ୩୬%, ଗଞ୍ଜାମରେ ୩୫% କମ୍ ବର୍ଷା
- ରାୟଗଡା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକରେ ବି ବର୍ଷାଭାବକୁ ନେଇ ଚିନ୍ତାରେ ଚାଷୀ

ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ହେଲେ ଏବେ କିନ୍ତୁ ଅନିୟମିତତା ବର୍ଷା ପଛରେ ଏଲ୍-ନିନୋ ପ୍ରଭାବ ବୋଲି ପାଣିପାଗ ବିଜ୍ଞାନୀ ମତ ଦେଇଛନ୍ତି । ଆଂଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ କହିଛନ୍ତି-ନିଅଂଟିଆ ବର୍ଷାର ମୂଳ କାରଣ ହେଉଛି ଏଲ୍-ନିନୋ ।