ଲୋକାର୍ପିତ ହେଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲ : ସବୁ ଶ୍ରମ ଆଇନ୍ ଓ ୨୨ ପ୍ରକାର ସେବା ଅନ୍ଲାଇନରେ ହେବ ଉପଲବ୍ଧ

Advertisment
ଲୋକାର୍ପିତ ହେଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲ : ସବୁ ଶ୍ରମ ଆଇନ୍ ଓ ୨୨ ପ୍ରକାର ସେବା ଅନ୍ଲାଇନରେ ହେବ ଉପଲବ୍ଧ

କନକ ବ୍ୟୁରୋ : ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଏହାର ଉଦଘାଟନ କରିଛନ୍ତି । ଏହା ସହ ସବୁଶ୍ରମ ଆଇନ୍ ଓ ୨୨ ପ୍ରକାର ସେବା ଅନଲାଇନରେ ଉପଲବ୍ଧ ହେବ । ଏହି ୱେବ୍ ସାଇଟ୍ ଜରିଆରେ ସ୍ୱଚ୍ଛନ୍ଦ ବ୍ୟବସାୟ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ପୋର୍ଟାଲ ଓ ୨୨ ପ୍ରକାର ସେବା ରାଜ୍ୟରେ ସ୍ବଚ୍ଛନ୍ଦ ବ୍ୟବସାୟ (ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ୍‌) ପାଇଁ ବିଶେଷ ସହାୟକ ହେବ। ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ। ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ଶ୍ରମ ଆଇନ ସଂପର୍କରେ ସୂଚନା ଉପଲବ୍‌ଧ ହେବ। ଏହା ଦ୍ବାରା ବିଭିନ୍ନ ଶିଳ୍ପ ସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ। ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବାଗୁଡ଼ିକୁ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ନୂଆ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଏଣିକି ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍‌ସ, କାରଖାନାର ନୂତନ ନକ୍ସାର ଅନୁମୋଦନ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ। ଏଥି ସହିତ ପୋର୍ଟାଲରୁ ବିଭାଗ ଅଧୀନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପଇଠର ପରିମାଣ ସଂପର୍କରେ ସୂଚନା ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe