କନକ ବ୍ୟୁରୋ: ସୋର ଓ ଔପଦା ରେଞ୍ଜ କୁଳଡିହା ଅଭୟାରଣ୍ୟ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁକୁ ଲିଭାଇବାକୁ ଲାଗିଛନ୍ତି ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ । ୧୫ରୁ ୨୦ ଏକରରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଜଙ୍ଗଲରେ ଦୁଇ ଦୁଇ ଥର ନିଆଁ ଲାଗି ସାରିଆଣି । ଏହି ନିଆଁକୁ ଅଳ୍ପ କେତେଜଣ ବନକର୍ମଚାରୀମାନେ ପ୍ରାଣପଣେ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ନିଆଁକୁ ଲିଭାଇବାକୁ ନାହିଁ ଅତ୍ୟାଧୁନିକ ଯନ୍ତ୍ରପାତି ନାଁ ଅଧିକ କର୍ମଚାରୀ । ତଥାପି ନିଆଁକୁ ଆୟତ ପାଇଁ ଚାଲିଛି ସଂଘର୍ଷ । ସେପଟେ ଜଣେ ସବୁଜବାହିନୀ ଅନ୍ୟ ୨ଜଣ ସ୍ୱେଚ୍ଛୋସେବୀମାନେ ବିନା ଦରମାରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ଅଣ୍ଟା ଭିଡ଼ିଛନ୍ତି ।

Advertisment