କୋଣାର୍କ କାହାଣୀ କହୁଛି ଲାଇଟ୍ ଆଣ୍ଡ୍ ସାଉଁଣ୍ଡ : ଅଫଲାଇନରେ ଟିକେଟ୍ ମୂଲ୍ୟ ୫୦ ଟଙ୍କା

Advertisment
କୋଣାର୍କ କାହାଣୀ କହୁଛି ଲାଇଟ୍ ଆଣ୍ଡ୍ ସାଉଁଣ୍ଡ : ଅଫଲାଇନରେ ଟିକେଟ୍ ମୂଲ୍ୟ ୫୦ ଟଙ୍କା

କନକ ବ୍ୟୁରୋ : କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ୍ ସାଉଁଣ୍ଡ୍ । କରୋନା କଟକଣା କାରଣରୁ ଦୀର୍ଘ ୯ମାସ ଧରି ଏହା ବନ୍ଦ ରହିଥିଲା । ତେବେ ଏବେ କଟକଣା କୋହଳ ହେବା ପରେ ବୁଧବାର ସଂଧ୍ୟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି । ମନ୍ଦିରର ପ୍ରସ୍ତର କାନ୍ଥରେ ୮ଟି ଅତ୍ୟାଧୁନିକ ଥ୍ରୀଡି ପ୍ରୋଜେକ୍ଟର ମାଧ୍ୟମରେ କୋଣାର୍କ ମନ୍ଦିରର ପ୍ରାଚୀନ ଐତିହ୍ୟ କୀର୍ତିରାଜି ଭରା କାହାଣୀକୁ ଥ୍ରୀଡି ଆନିମେସନରେ ଓଡିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରଦର୍ଶିତ ହେଉଛି ।

କରୋନା ନିୟମକୁ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରି ଏହାର ମଜା ନେବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରାଥମିକତା ଭିତିରେ ପ୍ରଥମ କରି କେବଳ ୨୦୦ ଦର୍ଶକଙ୍କ ପାଇଁ ମନ୍ଦିର ପରିସରକୁ ପ୍ରବେଶ ଅନୁମତି ରହିଛି । ଅଫଲାଇନରେ ଟିକେଟର ମୂଲ୍ୟ ୫୦ ଟଙ୍କା ଧାର୍ଯ୍ୟ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe