ବର୍ତ୍ତମାନ ଦେଶରେ ଲୋକତନ୍ତ୍ର ଚାଲିଥିବା ବେଳେ ଏବେବି କିଛି ଦେଶରେ ରାଜତନ୍ତ୍ରର ଶାସନ ଦେଖିବାକୁ ମିଳେ । ଏଭଳି ଏକ ଦେଶ ରହିଛି ବ୍ର୍ରୁନେଇ । ଇଣ୍ଡୋନେସିଆ ଏବଂ ମାଲେସିଆ ମଝିରେ ଥିବା ବୋର୍ଣ୍ଣିଓ ଦ୍ୱୀପରେ ଥିବା ବ୍ର୍ରୁନେଇ ସହରରେ ରାଜା ହସଲନ୍ ବୋଲ୍କିଆଙ୍କ ଶାସନ ଚାଲେ । ବ୍ରିଟେନ୍ ରାଣୀ ଏଲିଜାବେଥ୍ ଙ୍କ ପରେ ବ୍ର୍ରୁନେଇ ରାଜା ହସଲନ୍ ଦ୍ୱିତୀୟ ଅଧିକ ସମୟ ଧରି ଶାସନ କରୁଥିବା ରାଜା ଅଟନ୍ତି ।
୨୦୧୭ ମସିହାରେ ଏହି ଶାସକ ନିଜ ଶାସନକାଳର ୫୦ ବର୍ଷ ପୂରଣ କରିସାରିଛନ୍ତି । ସେ ୧୯୬୭ ମସିହାରୁ ଶାସନଭାର ସମ୍ଭାଳି ଆସୁଛନ୍ତି । ଏହି ରାଜପରିବାର ଏଠାରେ ୫୦ ବର୍ଷରୁ ଶାସନ କରି ଆସୁଛନ୍ତି । ରାଜପ୍ରସାଦରେ ୨୫୦୦ କୋଠରୀ ରହିଛି ଯାହାର ଡ୍ରୋମ୍ ସୁନାରେ ତିଆରି କରାଯାଇଛି । ମହଲରେ ୨୬୦ ଟି ବାଥରୁମ୍ ରହିଛି । ଏହାଛଡା ୯ ଟି ସ୍ୱୀମିଙ୍ଗ୍ ପୁଲ୍ ଏବଂ ୭ ହଜାର କାର୍ ରହିଛି । ଯାହାର ଦାମ୍ ୩୪୦୦ କୋଟି ଟଙ୍କା । ଶାସକଙ୍କ ବ୍ୟକ୍ତିଗତ ବିମାନରେ ସୁନାର ଚାଦର ଚଢାଯାଇଛି । ଏକ ସର୍ଭେ ଅନୁସାରେ ଏହି ଶାସକଙ୍କ ପାଖରେ ୧୩୬୩ ଅରବ ଟଙ୍କାର ସମ୍ପତ୍ତି ରହିଛି । ସୁଲତାନଙ୍କ ପୁଅଝିଅ ସାମାନ୍ୟ ଚୁଟି କାଟିବା ପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/gfiyur-r.jpg)
/kanak/media/post_attachments/wp-content/uploads/2018/12/phjo-300x229.jpg)