ରାଜଧାନୀ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ । ହତ୍ୟାକାରୀ କରିଥିଲା ଭିଡିଓ କଲ୍

1,344

କନକ ବ୍ୟୁରୋ: ଭୀମଟାଙ୍ଗୀ ଅଞ୍ଚଳ ହତ୍ୟାକାଣ୍ଡ ଘଟଣାରେ ପୋଲିସର ତଥ୍ୟ । ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା । ଏକ ଅଜଣା ନମ୍ବରରୁ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର । ଆଉ ଫୋନ କଲ ପାଇବା ପରେ ଘର ମାଲିକଙ୍କୁ ଅବଗତ କରାଇଥିଲେ । ଘର ମାଲିକ ତଳକୁ ଗଲା ବେଳକୁ ଘର ଭିତରୁ ଲକ ଥିଲା । ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ରାକେଶଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।

ଏହାପରେ ଦିନ ୧୨ଟା ୨୫ରେ ମହିଳାଙ୍କ ସ୍ୱାମୀ ଥାନାକୁ ଫୋନ କରିଥିଲେ । ତାଙ୍କ ସ୍ତ୍ରୀକୁ କେହି ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ମୃତଦେହ ପାଖରେ ଜଣେ ଯୁବକ ଅଚେତ ହୋଇ ପଡିଥିବା ଜଣାଇଥିଲେ । ଆଉ ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଆଜି ଭୀମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଏୟାରଫିଲ୍ଡ ଥାନା ପୋଲିସ । ତେବେ ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ ।