କନକ ବ୍ୟୁରୋ: ଆଫ୍ରିିକୀୟ ଦେଶ ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ ହେବା ପରେ ଭାରତରୁ ରପ୍ତାନୀ ହୋଇଥିବା କଫ୍ ସିରଫ୍ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍କାନରରେ । ହରିୟାଣା ସୋନିପଥରେ ଥିବା ମେଡେନ୍ ଫାର୍ମାଚ୍ୟୁଟିକାଲ ପ୍ରସ୍ତୁତ କରୁଥିବା - ‘ପ୍ରୋମ୍ଇଥାଜିନ୍ ଓରାଲ୍ ସଲ୍ୟୁସନ’, ‘କୋଫେକ୍ସମାଲିନ୍ ବେବି କଫ୍ ସିରଫ୍’, ‘ମାକଫ୍ ବେବି କଫ୍ ସିରଫ୍’, ‘ମାଗ୍ରିପ୍ ଏନ୍ କୋଲ୍ଡ ସିରଫ୍’ ନାମରେ ଏହି ୪ଟି କଫ୍ ସିରଫ୍ ନିରାପତ୍ତା ଗ୍ୟାରେଣ୍ଟି ଦେବାରେ ଅସଫଳ ହୋଇଥିବା କହିଛି ଡବ୍ଲୁଏଚଓ । ଗାମ୍ବିଆରେ ଏହି ୪ଟି କଫ୍ ସିରଫ୍ ଚିହ୍ନଟ ହୋଇଛି । ଏହି କଫ୍ ସିରଫ୍ ଖାଇ କିଡନୀ ସମସ୍ୟାରେ ପଡ଼ି ଶିଶୁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ମେଡେନ୍ ଫାର୍ମାଚ୍ୟୁଟିକାଲ୍ସ ଭାରତରେ ଏହି କଫ୍ ସିରଫ୍ ବିକ୍ରି କରେ ନାହିଁ ବୋଲି କୁହାଯାଉଛି ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାଥମିକ ପ୍ରମାଣ ପାଇବା ପରେ ଭାରତୀୟ ଡ୍ରଗ୍ସ କଂଟ୍ରୋଲର ଜେନୋରାଲ ଅଫ୍ ଇଣ୍ଡିଆକୁ ଏହି ୪ଟି କଫ୍ ସିରଫ ବାବଦରେ ଜଣାଇଥିଲା । ହରିଆଣା ସରକାରଙ୍କ ନିର୍ଦ୍ଦେଶ କ୍ରମେ ମେଡେନ୍ ଫାର୍ମାଚ୍ୟୁଟିକାଲ୍ସ ପ୍ରସ୍ତୁତ କରୁଥିବା କଫ୍ ସିରଫର ନମୁନା କୋଲକାତା ସ୍ଥିତ ସେଂଟ୍ରାଲ୍ ଡଗ୍ସ ଲାବୋରେଟୋରିକୁ ପଠାଯାଇଛି ।

ଏବେ ନଜର ପକାଇବା କାହିଁକି ବିବାଦରେ ମେଡେନ୍ ଫାର୍ମାଚ୍ୟୁଟିକାଲ୍ସର କଫ୍ ସିରଫ୍

୧.କଫ୍ ସିରଫ୍ରେ ରହିଛି ଅଧିକ ପରିମାଣର ‘ଡାଇ-ଏଥିଲିନ୍ ଗ୍ଲାଇକୋଲ୍’ ଏବଂ ‘ଏଥିଲିନ୍ ଗ୍ଲାଇକୋଲ୍’
୨.ଯାହାକୁ ସେବନ କଲେ ଶରୀରରେ ବିଷାକ୍ତ ପ୍ରକ୍ରିିୟା ସୃଷ୍ଟି କରିଥାଏ
୩.ହାର୍ଟ, ଫୁସଫୁସ ବିଶେଷ କରି କିଡନୀ ଉପରେ ଗଭୀର ପ୍ରଭାବ ପଡ଼େ
୪.ଗାମ୍ବିଆରେ କଫ୍ ସିରଫ୍ ଖାଇଥିବା ଶିଶୁଙ୍କର କିଡନୀ ସମସ୍ୟା ଦେଖାଦେଇଥିଲା
୬୬ ଶିଶୁଙ୍କର ମୃତ୍ୟୁ ହେବା ପରେ ସ୍କାନରକୁ ଆସିଲା କଫ୍ ସିରଫ୍

ସର୍ଦ୍ଦି କାଶ ରୋଗରୁ ଭଲ ହେବା ପାଇଁ କଫ୍ ସିରଫ ଖାଇଥିବା ଶିଶୁ ମୃତ୍ୟୁ ମୁଖରେ ପଡିବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି ।