କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନର ପଦକ୍ଷେପ । ରାଜରାସ୍ତାରେ ଖୋଲାରେ ଖାଇପାରବେନି ଲୋକ, ରଜ ଉତ୍ସବକୁ ଦୃଷ୍ଟିରେ ରଖି ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିଲା ୧୪୪ ଧାରା

406

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଏଡାଇବା ପାଇଁ ଖୋର୍ଦ୍ଧା ଜିଲ୍ଳା ପ୍ରଶାସନର ପଦକ୍ଷେପ । ରାଜରାସ୍ତାରେ ଖୋଲାରେ ଖାଇପାରବେନି ଲୋକ । କେବଳ ପାର୍ସଲ ନେଇପାରିବେ । ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଫାଷ୍ଟଫୁଡ, ଜଳଖିଆ,ଗୁପଚୁପ.ଚାଟ,ଦହିବରା ଆଳୁଦମ, ବ୍ୟବସାୟୀଙ୍କୁ ଏନେଇ ସତର୍କ କରିଦିଆଯାଇଛି । କୋଭିଡ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରଖି ବ୍ୟବସାୟୀ ମାନେ କେବେଳ ପାର୍ସଲ ଦେବେ ।

ଦୋକାନ ନିକଟରେ ଗ୍ରାହକ ମାନେ ଛିଡା ହୋଇ ଖାଉଥିବାର ନଜର ଆସିଲେ ଆଇନଅନୂୁଯାୟୀ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଫାଇନ ଆଦାୟ କରାଯିବ । ସେପଟେ ଚଳିତବର୍ଷ ଫିକା ପଡିବ ରଜ ମହୋତ୍ସବ । ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିଲା ୧୪୪ ଧାରା ।