କନକ ବ୍ୟୁରୋ : ଜଗତସିଂହପୁରରେ କିରୋସିନି ଚୋରାଚାଲାଣ । ଆଗରୁ ଖାଉଟିଙ୍କୁ କିରୋସିନି ଦିଆନ ଯାଇ କଳାବଜାରୀ କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ହେଲେ କୌଣସି ବି ପଦକ୍ଷେପ ନିଆଯାଉନଥିଲା । ଏବେ ଜଗତସିଂହପୁରର ବାଲିକୁଦାରେ ରାତି ଅନ୍ଧାରରେ ଚୋରାଚାଲାଣ ସମୟରେ ୨ ହଜାର ଲିଟର କିରାସିନି ଜବତ କରିଛନ୍ତି ଗାଁ ଲୋକେ । ତେନ୍ତୁଳିବେଳରି ନଗରପଡାରେ କିରୋସିନି ଚୋରାଚାଲଣ ସମୟରେ ଏହାକୁ ଧରିଛନ୍ତି ଗାଁ ଲୋକେ ।
ଗାଡିରେ ମୋଟ୍ ୮ଟି ବ୍ୟାରେଲ କିରାସିନି ଚୋରାଚାଲାଣ ହେଉଥିଲା । ଏହାସହିତ ୩ଟି ଜାର ବି ରହିଥିଲା । ଗାଡିରୁ ଜବତ ହୋଇଥିବା ତେଲର ପରିମାଣ ପ୍ରାୟ ୨ ହଜାର ଲିଟର ହେବ । ଏତେ ପରିମାଣର କିରୋସିନି କେଉଁଠାରୁ ଆସିଲା ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତେଜନା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/1467737810-55141390.jpg)