ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ଦି କେରଳ ଷ୍ଟୋରୀ’ର ପ୍ରଯୋଜକ । କହିଲେ ‘ରାଜନୀତି ଦଳର ଗୁଣ୍ଡାଙ୍କୁ ମୁଁ ଆଉ ପାରୁନି’

198

କନକ ବ୍ୟୁରୋ: ଯେବେଠୁ ସିନେମା ଘରେ ‘ଦି କେରଳ ଷ୍ଟୋରୀ’ ରିଲିଜ ହୋଇଛି ବିବାଦ ଏହାର ପିଛା ଛାଡୁନି । ଫିଲ୍ମ ହଲ୍ ମାନଙ୍କରେ ପୁଲିସର ଉପସ୍ଥିତିରେ ଫିଲ୍ମ ସ୍କ୍ରନିଙ୍ଗ ହେଉଥିବାବେଳେ ବି ଏହାର କ୍ର୍ୟୁମେମ୍ବର୍ସଙ୍କ ଉପରେ ବିପଦ ରହିଥିବା କୁହାଯାଉଛି । ଏହାକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେଉଛି । କିଛି ରାଜନୈତିକ ଦଳ ଏହାକୁ ନିଜ ନିଜ ରାଜ୍ୟରେ ବ୍ୟାନ୍ କରିଛନ୍ତି । ଫିଲ୍ମର ରିଲିଜ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବି ଅନେକ ରାଜ୍ୟରେ ଏହାକୁ ରିଲିଜ କରାଯାଇନାହିଁ । ପଶ୍ଚିମବଙ୍ଗରେ ଏବେବି ଏହି ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି ରାଜ୍ୟ ସରକାର ।

ଏହାକୁ ବାଦ୍ ଦେଲେ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ପ୍ରଯୋଜକ ବିପୁଲ ଅମୃତଲାଲ । ସବୁ ପ୍ରକାର ଔପଚାରିକତା କରିବା ପରେ ବି କିଛି ରାଜନୈତିକ ଦଳର ଗୁଣ୍ଡାମାନେ ତାଙ୍କୁ ଧମକ ଦେଉଛନ୍ତି । ତେଣୁ ଆଉ ସେମାନଙ୍କ ସହ ଲଢିବାକୁ ଧୈର୍ଯ୍ୟ ନାହିଁ । ତେଣୁ ନିଜର ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିବା କହିଛନ୍ତି ବିପୁଲ । ଏହା ପୂର୍ବରୁ ମଧ୍ୟ ଫିଲ୍ମ ରିଲିଜ ହେଲେ ଟକିଜ୍ ଗୁଡିକୁ ବୋମା ଲଗାଇ ଉଡାଇଦେବାକୁ ଧମକ ଦେଇଥିଲା ଆଇଏସଆଇଏସ୍ ।