ବିବାଦ ଭିତରେ ବଡ଼ ପରଦାରେ ଫିଲ୍ମ ‘କେରଳ ଷ୍ଟୋରୀ’, ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

400

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ବହୁ ବାଦବିବାଦ ପରେ ମେ ୫ରେ ରିଲିଜ ହୋଇଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଲାଗି ରହିଛି । ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ସରକାର ‘ଦ କେରଳ ଷ୍ଟୋରୀ’ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି । ସୂଚନା ଅନୁଯାୟୀ ବିଜେପି ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହ୍ୱାନଙ୍କୁ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ । ଏକ ଟ୍ୱିଇଟ ଭିଡ଼ିଓ ମାଧ୍ୟମରେ ମଧ୍ୟପ୍ରଦେଶ ସରକାର ଫିଲ୍ମ ବିଷୟରେ ମତ ରଖିବା ସହ ଏହାକୁ ଟ୍ୟାକ୍ସ ଫ୍ରି କରିଥିବା ଘୋଷଣା କରିଛନ୍ତି ।